ଲାୟନ୍ସ କ୍ଲବ୍, ଯାଜପୁର ରୋଡ଼ ଷ୍ଟିଲ୍‌ ସିଟି ପାଳିଲା ଉତ୍କଳ ଦିବସ

ଦୀର୍ଘ ୮ ବର୍ଷ ଧରି ନିରବଞ୍ଛିନ ଭାବରେ ଯାଜପୁର ରୋଡ଼ ଷ୍ଟିଲ୍‌ ସିଟି ଲାୟନ୍ସ କ୍ଲବ୍ ଉତ୍କଳ ଦିବସ ପାଳନ କରିଆସୁଛି l ପ୍ରତ୍ୟେକ ବର୍ଷ କିଛି ଭିନ୍ନ କରିବାର ଆଶା ନେଇ ସମାଜ ସେବାର ବାର୍ତ୍ତା ବହନ କରିଛି l କୁନି କୁନି ପିଲା ମାନଙ୍କ ଉଦ୍ଦେଶ୍ୟରେ ସମାଜକୁ ନୂଆ ଦିଗଦର୍ଶନ ଦେଈ ଚାଲିଛି l ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ଯାଜପୁର ରୋଡର କୋଣ ଅନୁକୋଣରୁ ସାଇକେଲ ଆରୋହୀ ମାନଙ୍କୁ ଏକାଠି କରି ସାଇକ୍ଲୋଥନ ନାମର ଏକ ମିନି ମାରାଥନ ଅୟୋଜନ କରିଛି l

ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ବକ୍ତୃତା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ପିଲା ମାନଙ୍କ ମନରେ ଓଡ଼ିଶା ରାଜ୍ୟର କଳା ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିଛି l ଅଞ୍ଚଳର ଗୌରବ ଓ ଗାରିମା ବଢାଊ ଥିବା ବ୍ୟକ୍ତି ବିଶେଷଙ୍କୁ ଏକତ୍ରିତ କରି ଶିକ୍ଷଣୀୟ ବାର୍ତ୍ତା ସମାଜକୁ ପ୍ରଦାନ କରିଛି l ଯାହା ଆମ ଭାଷାକୁ ଉଜ୍ଜୀବିତ କରି ରଖିବ ସହିତ ଆମ ଭବିଷ୍ୟ ପୀଢ଼ି ମଧ୍ୟ ଏହି ଗୌରବକୁ ମନେ ରଖିବ ତାହା ପାଇଁ ସଂପୂର୍ଣ୍ଣ ପ୍ରୟାସ ଜାରି ରଖିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *