ବନସର ଗ୍ରାମରେ ସାତ ଦିନ ଧରି ଚାଲିଥିବା ସପ୍ତା ଉଦଯାପିତ

ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ବନସର ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସପ୍ତାହ ଧରି ଚାଲିଥିବା ସପ୍ତା ଉଦଯାପିତ ହୋଇଯାଇଛି। ଗତ ୨୪ ତାରିଖ ରୁ ଆରମ୍ଭ ହୋଇଥିବା ସପ୍ତା ରବିବାର ଉଦଯାପିତ ହେବା ପରେ ଦୁଇ ଦିନ ଧରି ଯଜ୍ଞର ଆୟୋଜନ ହୋଇଥିଲା। ଏହି ସମୟରେ ସକାଳେ ଏବଂ ରାତିରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହା ପରେ ଅଷ୍ଟପ୍ରହରୀ ଆରମ୍ଭ ହୋଇଥିଲା ପରେ ଅଷ୍ଟପ୍ରହରୀ ଗ୍ରାମ ପରିଭ୍ରମଣ କରିଥିଲେ। ଏଥିରେ ମୁଖ୍ୟତଃ ଗଙ୍ଗାଧର ମଲ୍ଲିକ, ଶ୍ୟାମସୁନ୍ଦର ସାହୁ, ମାୟାଧର ସାମଲ, ରସାନନ୍ଦ ରାଉତ, ଦାମୋଦର ମଲ୍ଲିକ, ଲକ୍ଷ୍ମଣ ସାହୁ, ରବିନ୍ଦ୍ର ଲେଙ୍କା, ଗୟାଧର ସାହୁ, ଅନନ୍ତ ଦଳାଇଙ୍କ ସମେତ ଗ୍ରାମରେ ଯୁବ ପ୍ରତିଭା ମାନେ ଯଥା , ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ ଦଳାଇ, ସୁଜିତ ସାହୁ, ଅରୂପ ମଲ୍ଲିକ,ମଦନ ସାହୁ, ପ୍ରଫୁଲ୍ଲ ସାହୁ, ଜଗତାନନ୍ଦ ନାୟକ,ରବିନ୍ଦ୍ର ପୃଷ୍ଟି , ହରେକୃଷ୍ଣ ବେହେରା, ଉମେଶ ନାୟକ,ସହଯୋଗ କରିଥିଲେ। କୀର୍ତ୍ତନ ପରିଚାଳନା କରିଥିଲେ ରମେଶ ପୃଷ୍ଟି, ଗଗନ ସାହୁ,ଅମିୟ ମଲ୍ଲିକ,ବାଇଧର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ,ବାଇଧର ସାହୁ ଓ ଅନ୍ୟମାନେ। ଏଥି ସହିତ ଗ୍ରାମର ସମସ୍ତ ଗ୍ରାମବାସୀ ମାନଙ୍କର ସାହାଯ୍ୟ ଓ ସହଯୋଗ ରହିଥିଲା।

Leave a Reply

Your email address will not be published. Required fields are marked *