ନବରଙ୍ଗ ପୁର ଠାରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ
ନବରଙ୍ଗପୁର , ମାନ୍ୟବର ମନ୍ତ୍ରୀ କୋଳରେ ବସାଇ ଶିଶୁଙ୍କୁ ଖଡିଛୁଆଁଇଲେ ଜାତୀୟ ନୀତି ୨୦୨୦ ଅନୁଯାୟ୍ଲୀ ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ର ସୁଭାରମ୍ଭ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଅଛି ଏହି ପରିପ୍ରେକ୍ଷୀରେ ଆଜି ସକାଳ ୭.୦୦ ଘ ସମୟରେ ନବରଙ୍ଗପୁର ସହରସ୍ଥିତ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ୨୦୨୫ ପାଳିତ ହୋଇଯାଇଛି ଆଜି କାର୍ଯ୍ୟକ୍ରମରେ ୬ ବର୍ଷର ଶିଶୁ ମାନେ ପ୍ରଥମ ଶ୍ରେଣୀ ଏବଂ ୫ ବର୍ଷର ଶିଶୁମାନେ ଶିଶୁବାଟିକା ରେ ନାମ ଲେଖାଇଲେ ଏହି କାର୍ଯ୍ୟକ୍ରମ କୁ ମାନ୍ୟବର ବିବ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଧ ଗଣ୍ଡ ଉଦଘାଟନ କରିଥିବା ବେଳେ ଓଡ଼ିଶା ସରକାର ଙ୍କ ବିଦ୍ୟାବନ୍ତ୍ର ବିଦ୍ୟ।ର୍ଥୀ ‘ ବିକସିତ ଓଡ଼ିଶା ପୋଜନା ଅଧିନରେ ଶିକ୍ଷାର ବିକାଶ ଏବଂ ନୂତନ ଶିକ୍ଷାନୀତୀ କାର୍ଯ୍ୟକାରିତା ପାଇଁ ପ୍ରତିବାଦ୍ଧତା ର ବାର୍ତ୍ତା ରଖିଥିଲେ ବରେଣ୍ୟ ଅତୀଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀଗୌରିଶଙ୍କର ମାଝୀ, ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା ନବରଙ୍ଗପୁର ଡ.ଶୁଭଙ୍କର ମହାପାତ୍ର ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ଜିଲ୍ଲା ଶିକ୍ଷା ଅଧିକାରୀଛତ୍ରପତି ସାହୁ ଗୋଷ୍ଠି ଶିକ୍ଷା ଅଧୀକାରୀ ନରବଙ୍ଗପୁର ରମେଶ ରାୟ ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାବୁ ପରିଚାଳନା କରିଥିବା ବେଳେ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ , ରେଶମଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ୧୨ ଜଣ ଶିଶୁ ବାଟିକା ରେ ଏବଂ ୫ ଜଣ ଶିଶୁ ପ୍ରଥମ ଶ୍ରେଣି ରେ ନାମଲେଖାଇଥିଲେ |

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ କୋଳରେ ବସାଇ ନିଜ କରକମଳରେ ଶିଶୁମାନଙ୍କ ଖଡିଛୁଆଁ କାର୍ଯ୍ୟ ସମ୍ପାଦନ କରିଥିଲେ ଏହା ସହିତ ଜିଲ୍ଲାପାଳ , ମାନ୍ୟବର ବିଧାୟକ , ପୌରପାଳିକା ଅଧ୍ୟକ୍ଷ ଶିଶୁ ମାନଙ୍କୁ କୋଳରେ ବସାଇ ମନ୍ତ୍ର ଉଚ୍ଚ।ରଣ ରେ ସିଲଟ ରେ ଖଡ଼ି ଛୁଆଁ କରାଇଥିଲେ ମଞ୍ଚରେ ସମସ୍ତ ଶିଶୁ ଙ୍କୁ ଶିକ୍ଷଣ ସାମଗ୍ରୀ ଯଥା ସ୍କୁଲବ୍ୟଗ ସହିତ ସିଲଟ ବହି ଡ୍ରଇଁ ବୁକ୍ କଲରବକ୍ସ କମ୍ପାସ ଚକ ପେକେଟ୍ ବିତରଣ କରାଯାଇଥିଲା ଶେଷରେ ଅତିଥି ମାନେ ଆଞ୍ଚଳିକ ଦେଶିଆ ଭାଷାରେ ତିନଟି ପ୍ରବେଶ ଉତ୍ସବ ସଙ୍ଗିତ ଉନ୍ନୋଚନ କରିଥିଲେ ଯାହାକି ସଚେତନ ରଥ ଦ୍ୱାରା ସମସ୍ତ ବ୍ଳକ ଏବଂ ପୌରାଞ୍ଚଳ ରେ ଏହି କାର୍ଯ୍ୟକ୍ରମ ର ବହୁଳ ପ୍ରଚାର କରାଯିବ ବିଦ୍ୟାଳୟ ରେ ସାକ୍ଷରତା , ସଂଖ୍ୟା ଜ୍ଞାନ ଏବଂ ସ୍ଵଜନଶିନତା କଷନିର୍ମାଣ କରାଯାଇଛି ଏହା ପରେ ମାନ୍ୟବର ମନ୍ତ୍ରୀ ୧୦ ଗୋଟି ବ୍ଳକ୍ ନିମନ୍ତେ ଶିକ୍ଷା ସଚେତନ ରଥ ଲୋକାର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମକୁ ଅନୁସୁଚିତ ଜାତି ଓ ଜନଜାତି ସଂଯୋଜକ ଶ୍ରୀ ଜଗଦାନନ୍ଦ ସୁନାରି ସଂଯୋଜନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗିୟ ଅଧିକାରି ଗଣମାଧ୍ୟମ ପ୍ରତିନିଧି ଓ ଅବିଭାବକ ଗଣ ଉପସ୍ଥିତ ଥିଲେ ଏଥିରେ ସମଗ୍ର ଶିକ୍ଷା କାର୍ଯ୍ୟାଳମ୍ଭ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ।ଳୟ ର ସମସ୍ତ କର୍ମକର୍ତା ସହ ଜଗ କରିଥିଲେ l
ନବରଙ୍ଗପୁର ରୁ ସୋର ଜ ମହାଙ୍କୁଡ ଙ୍କ ରିପୋର୍ଟ୍
