ଶିଶୁମୃତ୍ୟୁ ଘଟଣା ରେ ପହଞ୍ଚିଲା ତଦନ୍ତକାରି

କାକଟପୁର ମୁଖ୍ୟ ବଜାର ରେ ଥିବା ଏକ ଘରୋଇ ହସ୍ପିଟାଲ ରେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ଗ୍ରାମ ର ରଞ୍ଜିତ ସ୍ୱାଇଁ ଙ୍କ ଧର୍ମପତ୍ନୀ ପ୍ରସୂତି ଯନ୍ତ୍ରଣା ରେ ଶ୍ରୀ ସାଇ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ପହଞ୍ଚିଥିଲେ, ସେଠି ପ୍ରସୂତୀ ଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସ୍ତ୍ରୀ ପ୍ରସୂତୀ ବିଭାଗ ର ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିବା ପରେ ତାଙ୍କ ର ଏକ ଶିଶୁ କନ୍ୟା ଜନ୍ମହେଲେ, ମାତ୍ର ରଞ୍ଜିତ ଙ୍କ ପରିବାର ଲୋକ କହିବା କଥା ଶିଶୁ ଜନ୍ମ ହେବା ପରେ କ୍ରମାଗତ ଭାବେ ୨ ଦିନ ଧରି କାନ୍ଦିଥିଲା ମାତ୍ର ତାର କାନ୍ଦ ବନ୍ଦ ହୋଇନଥିଲା,ଏହାପରେ କୌଣସି ଶିଶୁ ବିଭାଗ ଡାକ୍ତର ଶିଶୁ ର ସ୍ୱାସ୍ଥ୍ୟବସ୍ଥା କୁ ଯାଞ୍ଚ କରିବାକୁ ଆସିନଥିଲେ, ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଏହି ପ୍ରସବ ଘଟଣା ରେ ପଇସା ସରିଯାଇଥିଲା ଏହା ପରେ ଶିଶୁ କନ୍ୟା ଆଉ ତା ମା ଙ୍କୁ ହସ୍ପିଟାଲ ଡିସ୍ଚାର୍ଜ କରିଥିଲା, ମାତ୍ର ରଞ୍ଜିତ ତାଙ୍କ ପତ୍ନୀ ଓ ନବଜାତ ଶିଶୁକନ୍ୟା କୁ ନେଇ ଘରକୁ ଆସିବା ର କିଛି ସମୟ ଅନ୍ତର ପରେ ପୁନଃବାର ମୃତ ଅବସ୍ଥା ରେ ଶ୍ରୀ ସାଇ ହସ୍ପିଟାଲ ଆଣି ଆସିଥିଲେ କିନ୍ତୁ ସେଠି ଦୀର୍ଘ ସମୟ ରହିବାପରେ କୌଣସି ଅଭିଜ୍ଞ ଡାକ୍ତର ଆସିନଥିଲେ ଏହା ସହ ରଞ୍ଜିତ ଙ୍କୁ ହସ୍ପିଟାଲ ରୁ ତଡିପାତ କରିବା ପାଇଁ ହସ୍ପିଟାଲ କତୃପକ୍ଷ କାକଟପୁର ପୋଲିସ ରେ ଅଭିଯୋଗ କରିଥିଲେ, ଏହାର ଜବାବ ରେ ରଞ୍ଜିତ ମଧ୍ୟ କାକଟପୁର ଥାନା ରେ ଆଉ ଏକ ଅଭିଯୋଗ କରିଥିଲେ, ମାତ୍ର କୌଣସି ଚାପ ର ବଶବର୍ତ୍ତୀ ହୋଇ ରଞ୍ଜିତ ଉକ୍ତ ଏତଲା କୁ ଉଠାଇବା ସହ ଘରକୁ ଫେରି ଆସିଲେ, ଏହି ଘଟଣା ଉପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରାଯାଇଥିଲା, ଆଉ ଖବର ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଘଟଣା ର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଆଜି ଶ୍ରୀ ସାଇ ହସ୍ପିଟାଲ ପଠାଇଥିଲେ, କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଶାନ୍ତି ଭୂଷଣ ଜେନା, ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଲଲାତେନ୍ଦୁ ମିଶ୍ର, ଜିଲ୍ଲା ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର ଅର୍ଚନା ପଟ୍ଟନାୟକ ଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ମଧ୍ୟାହ୍ନ ସମୟ ରେ ଶ୍ରୀ ସାଇ ହସ୍ପିଟାଲ ରେ ପହଞ୍ଚି କିଛି ଯାଞ୍ଚ କରିଥିଲେ, ଆଜି ର ତଦନ୍ତ ଅନୁସାରେ ଏହା ପ୍ରାରମ୍ଭିକ ତଦନ୍ତ ଆଉ ଆଗାମୀ ଦିନ ରେ ଆହୁରି ତଦନ୍ତ କରାଯାଇ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ସୂଚନା ଦେଇଛନ୍ତି, ମାତ୍ର ବିନା ଆଇସିୟୁ, ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ନଥାଇ କିପରି ଏହି ହସ୍ପିଟାଲ ରେ ଅସ୍ତ୍ରୋପଚାର କରାଯାଉଛି ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କିପରି କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ଅପେକ୍ଷା କରିଛନ୍ତି ଅନେକ ବୁଦ୍ଧିଜୀବୀ l

Leave a Reply

Your email address will not be published. Required fields are marked *