ଫୁଲବାଣୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେଲା ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ।
କନ୍ଧମାଳ ,ଫୁଲବାଣୀ ସହର ଉପକଣ୍ଠ ଫୁଲବାଣୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ବିଦ୍ୟାଳୟଗୁଡିକରେ ଶିଶୁ ବାଟିକା ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ନୂଆ ପିଲାମାନଙ୍କୁ ପ୍ରବେଶ ସହ ସେମାନଙ୍କୁ ଖଡ଼ି କଳ।ପ ଟା ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇ ସେମାନଙ୍କୁ ଗଣେଶ ପୂଜା , ସରସ୍ଵତୀ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ ଯାଇ ବିଦ୍ୟାଳୟକୁ ଆସିବା ପାଇଁ ସ୍ବାଗତ କରା ଯାଇଥିଲା । ଏହି ମହତ କାର୍ଯ୍ୟ କ୍ରମରେ ବି ଓ କବିରାଜ ଜେନା, ସି ଆର ସି ସରିତା ମହାରଣା, ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ମିଶ୍ର, ଶିକ୍ଷକ ଶ୍ରୀ ଦିନେଶ ବେହେରା,ଶିକ୍ଷୟତ୍ରୀ ସୁନୀତା ରାଉତ,ଓ କମିଟି ର ସଭାପତି ଶ୍ରୀ ରଶ୍ମି କାନ୍ତ ଦଳେଇ ଓ ଅଭିଭାବକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ ।
