ବିବାଦ ଘେରରେ ଶିଶୁଯତ୍ନ ଅନୁଷ୍ଠାନ ,ଜିଲ୍ଲାପାଳଙ୍କୁ ଭେଟିଲେ ଅନ୍ତେବାସୀ

ଭଦ୍ରକ ବ୍ଲକ ଅନ୍ତର୍ଗତ ଲାଙ୍ଗୁଡିସ୍ଥିତ ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର ଶିଶୁଯତ୍ନ ଅନୁଷ୍ଠାନଟି ଏବେ ପରିଚାଳନାଗତ ତ୍ରୁଟି ଓ ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହି ଶିଶୁଯତ୍ନ ଅନୁଷ୍ଠାନରେ ସୁରକ୍ଷାକର୍ମୀଙ୍କ ଦୂବ୍ୟବହାର ଓ ଗାଳିଗୁଲଜରେ ଅତିଷ୍ଟ ହୋଇ ବୁଧବାର କେତେକ ଅନ୍ତେବାସୀ ଜିଲ୍ଲାପାଳଙ୍କୁ ଲେଟିବା ସହ ଏକ ଲିଞ୍ଚ ଅଭିଯୋଗ ପ୍ରଦାନ କରିଛନ୍ତି। ଅନୁଷ୍ଠାନର ଆର୍ଥିକ କାରବାରକୁ ସଠିକ୍ ଭାବେ ପାଳନ କରାନଯିବା, ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ, ସମସ୍ତ ନୀତିନିୟମକୁ ଉଲଂଘନ କରି ନିଯୁକ୍ତି ଦେବା ଆଦି ବହୁ ବେଆଇନ୍ କାର୍ଯ୍ୟ ଚାଲୁଥୁବା ନେଇ ପୂର୍ବରୁ ଅନୁଷ୍ଠାନର କର୍ମଚାରୀମାନେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଗତ ଫେବ୍ରୁଆରୀ ୨୮ତାରିଖରେ ଶିଶୁ ସୁରକ୍ଷା ଅଧିକାରୀ ଓ ଆନୁଷ୍ଠାନିକ l ହିସାବ ରକ୍ଷକ ଭକ୍ତ ଅନୁଷ୍ଠାନକୁ ଯାଇ ତଦନ୍ତ କରିଥିଲେ। ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଏହିସବୁ ଅଭିଯୋଗକୁ ନେଇ ଅନୁଷ୍ଠାନର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ତେବେ ପ୍ରଶାସନର କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ସନ୍ତୋଷଜନକ ନଥିଲା । ଏଥିପାଇଁ ଜିଲ୍ଲା ପ୍ରଶାସନତଦନ୍ତ ସମୟରେ ଅଭିଯୋଗର ବାସ୍ତବତା ଅନୁଭବ କରିଥିଲେ। ପିଲାମାନଙ୍କୁ ସୁରକ୍ଷା କର୍ମୀ ଦୁବ୍ୟବହାର ପ୍ରଦର୍ଶନ କରିବା, ବେଆଇନ୍ଭାବେ ନିଜ ଇଚ୍ଛାରେକର୍ମଚାରୀଙ୍କୁ ବହିଷ୍କାର କରି ନୂଆ ନିଯୁକ୍ତି ଦେବା, ଆର୍ଥିକ ନିୟମକୁ ସଠିକ୍ ଭାବେ ପାଳନ ନକରିବା ଆଦି ଅନିୟମିତତା ଜଣାପଡିଥିଲା। ଏହି ସବୁ ବେନିୟମ କାର୍ଯ୍ୟ ସମ୍ପର୍କରେତରଫରୁ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡକାଯାଇଥିଲା। କିନ୍ତୁ ସମ୍ପାଦକ ବୈଠକକୁ ଆସିଲେନାହିଁ । ଏହାପରେ ପୁଣି ଜିଲ୍ଲା ପ୍ରଶାସନ ଆଉ ଥରେ ସୋ’କଜ ନୋଟିସ ଜରିଆରେ ଅନୁଷ୍ଠାନର ସମସ୍ତ ସମସ୍ୟାର ସମାଧାନ କରି ତୁରନ୍ତ ରିପୋର୍ଟ ଦେବାକୁ ଗତ ମାର୍ଚ୍ଚ ୨୭ରେ ସମ୍ପାଦକଙ୍କୁ ନୋଟିସ କରାଯାଇଥିଲା । ଏହିପରି ଅନୁଷ୍ଠାନଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଆଜି ଅନ୍ତେବାସୀମାନେ ସିକ୍ୟୁରିଟି ଗାର୍ଡଙ୍କ ବାରମ୍ବାର ଧମକ ଚମକ ତଥା ଗାଳିଗୁଲଜର ଶିକାର ହୋଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡିସିପିଓ ଅଭିନାଶ ମହାଧି, ସୁରକ୍ଷା ଅଧିକାରୀ ଅଣ ଆନୁଷ୍ଠାନିକ ବିଶ୍ଵନାରାୟଣ ପଣ୍ଡା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ.ଦେବରାଜ ପାଣିଗ୍ରାହୀ, ସଦସ୍ୟ-ଅମର କୁମାର ବାରିକ, ନବିନ ଚନ୍ଦ୍ର ସାହୁ ଅନୁଷ୍ଠାନରେ ପହଞ୍ଚି ତଦନ୍ତ କରିଛନ୍ତି । ତବର ସମୟରେ ମୁଖ୍ୟତଃ ସମ୍ପାଦଳଙ୍କୁ ବହିଷ୍କାର ସହ ନୂଆ ପରିଚାଳନା କମିଟି ଗଠନ ପାଇଁ ଦାବି କରାଯାଇଥିଲା । ତଦନ୍ତ ରିପୋର୍ଟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରା‌ଯିବ ବୋଲି କହିଛନ୍ତି ଡିସିପିଓ ଅଭିନାଶ ମହାନ୍ତି
l

Leave a Reply

Your email address will not be published. Required fields are marked *