ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ

ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ ଜଟଣୀ ତା ୨–୪-୨୫ ଜଟଣୀ ପୌର ପରିଷଦ ସ୍ଥିତ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଉତ୍କଳ ଦିବସ ଗୋପବନ୍ଧୁ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅବନୀ ରାଉତରାୟ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା ଯୋଗ ଦେଇଥାବେଳେ ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ଛୋଟରାୟ ଯୋଗ ଦେଇଥିଲେ । ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା । ଏହି ଉତ୍ସବରେ ଶ୍ରମିକ, ବୁଦ୍ଧିଜୀବୀ, ଲେଖକ ଓ ସାମ୍ୱାଦିକ ଯୋଗ ଦେଇଥିଲେ ।

ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *