କନ୍ଧମାଳର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀଙ୍କୁ ଦର୍ଶନ କଲେ ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମହା ସଚିବ।
ଫୁଲବାଣୀ:ନିପ୍ର:- ୦୩/୦୪ ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମୂଖ୍ୟ ସଚିବ ଏସ୍.ଏନ ଗିରିଶ ଙ୍କ ଆଜି ସନ୍ଧ୍ୟା ସମୟରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଠାରେ ଅବସ୍ଥାପିତ ହୋଇ ରହିଥିବା କନ୍ଧମାଳର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀ ଙ୍କୁ ଦର୍ଶନ କରିଛନ୍ତି। ଖବର ରୁ ଜଣାପଡିଛି ଯେ ମହା ସଚିବ ଶ୍ରୀ ଗିରିଶ ଅନ୍ତୋଦ୍ୱୟ ଆବାସ ଗୃହ ଯୋଜନା କୁ ଉଦଘାଟନ କରିବାକୁ କଳାହାଣ୍ଡି ଯାଇଥିଲେ। ସେଠାରୁ ଫେରିବା ସମୟରେ ହଠାତ୍ ମନ ଭିତରେ ମନେ ପଡ଼ିଥିଲା କନ୍ଧମାଳର ପ୍ରସିଦ୍ଧ ମାଁ ବରାଳଦେବୀଙ୍କୁ ଦର୍ଶନ କରିବା ପାଇଁ। ତେଣୁ ସିଧସଳଖ ଭୁବନେଶ୍ଵର ନଯାଇ ମାଁଙ୍କୁ ଦର୍ଶନ କରି ଯିବାପାଇଁ ଫୁଲବାଣୀ ଦେଇକି ବଲସକୁମ୍ପା ଆସି ସନ୍ଧ୍ୟା ସମୟରେ ମାଁ ଙ୍କୁ ଦର୍ଶନ କରି ଥିଲେ। ଓ ମାଁ ଙ୍କ ମନ୍ଦିରରେ ଚାଲିଥିବା ରୁପାନ୍ତିକରଣ କାର୍ଯ୍ୟକୁ ଦେଖିଥିଲେ ଓ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ଖଜୁରୀପଡ଼ା ବ୍ଲକ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ମହା ସଚିବଙ୍କ ଏହି ଅଚାନକ ଗସ୍ତରେ ସମସ୍ତକୁ ବହୁତ୍ ଉତ୍ସାହିତ କରିଥିବା ଆଲୋଚନା ହୋଇଛି।
