ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଜିଲ୍ଲାର ଜନ୍ମ ଦିନରେ ଏହାର ଐତିହ, ସଂସ୍କୃତି ଓ ପରମ୍ପରା ବାବଦରେ ସ୍ମୃତି ଚାରଣ କରିବା ଆବଶ୍ୟକ । ଆଦିକବି ସାରଳା ଦାସଙ୍କ କାବ୍ୟ ସମ୍ଭାର ଓ ସଂସ୍କୃତିରେ ଏ ଜିଲ୍ଲା ମହାନ । ସଂସ୍କୃତି ଓ ଐତିହ ସମ୍ପର୍ଣ୍ଣ ଜିଲ୍ଲାର ଜନ୍ମ ଉତ୍ସବ ରେ ଆପଣ ମାନେ ମତେ ଆତିଥ୍ୟ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଜଗତସିଂହପୁର ଜିଲାର ମହୋତ୍ସବ କଲ୍ଲୋଳର ତୃତୀୟ ସଂଧ୍ୟା ତଥା ଜିଲାର ଜନ୍ମ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକାଶ କରିଛନ୍ତି ।ଜଗତସିଂହପୁର ଜିଲାରେ ମେଡିକାଲ କଲେଜ ପାଇଁ ଘୋଷଣା ସରିଥିବା ସହ ଅର୍ଥ ମଞ୍ଜୁର ହୋଇଛି । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଏଥି ସହିତ ଜିଲାରେ ସରକାରୀ କଲେଜ ନ ଥିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟରେ ପ୍ରକାଶ କରିବା ସହ ଖୁବ ଶୀଘ୍ର ଜିଲାରେ ସରକାରୀ କଲେଜ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ଏଥି ସହିତ ଜିଲାବାସୀ ଚାହିଁଲେ ଶାରଳା ସୁତାକଳ ଓ ଅଳକା ନଦୀର ପୁନଃ ଉଦ୍ଧାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ଜନ୍ମ ଦିନରେ ସରକାର ଆପଣ ମାନଙ୍କ ସହିତ ଅଛନ୍ତି । ଏ ଜିଲାର ବିକାଶ କୁ ଆଗକୁ ନେବାପାଇଁ ମୁଁ ଆପଣ ମାନଙ୍କ ସହିତ ଛିଡା ହୋଇଛି । ଏହି ଜିଲାକୁ ଏକ ନମ୍ବର କରିବା ପାଇଁ ଆପଣ ଓ ମୋ ଭିତରେ କେବଳ ଏକ ଏମ ଓ ୟୁ ହେବା ଆଵଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ । ସେହିପରି ପାରାଦୀପ କୁ ନେଇ ଭାରତ ସରକାର ଚିନ୍ତା କରୁଛନ୍ତି । ଆଗାମୀ ଦିନରେ ପାରାଦୀପ ଏକ ବୃହତ ବନ୍ଦର ଭିତ୍ତିକ ନଗରୀ ହେବ ଓ 58 କିମି ବେଳାଭୂମିରେ ବନ୍ଦର ଓ ପର୍ଯ୍ୟଟନ ବିକାଶ ହେବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହୋତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ , ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲାପାଳ ଜେ ସୋନାଲଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଜିଲାର ଐତିହ, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋକପାତ କରିଥିଲେ । ବାଇଟ-ମୋହନ ଚରଣ ମାଝି, ମୁଖ୍ୟମନ୍ତ୍ରୀ, ଓଡିଶା ।
ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ୍
