ଓଡ଼ିଆରେ ନାମଫଳକ ରଖୁବା ପାଇଁ ଏକ ସଚେତନତା ପଦଯାତ୍ରା
ଓଡ଼ିଆରେ ନାମଫଳକ ରଖୁବା ପାଇଁ ଏକ ସଚେତନତା ପଦଯାତ୍ରା ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରି ଥିବାବେଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ଓଡ଼ିଆରେ ସାଇନ ବୋର୍ଡ ଏବଂ ସମସ୍ତ କାର୍ଯ୍ୟ ଓଡ଼ିଆରେ ଲେଖୁବାକୁ ନଗର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନ କରି ପରାମର୍ଶ ଦେଇଥିଲେ। ସହର ସମେତ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ,ସରକାରୀ ବିଦ୍ୟାଳୟ, ଡାକ ଘର, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ଅନ୍ୟ ସରକାରୀ ବେସରକାରୀ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ, ମାନଙ୍କରେ ଓଡ଼ିଆ ରେ ନାମ ଫଳକ ଥୂବା ଜଣାପଡିଛି। ଏହି ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଜିଲ୍ଲା ଶ୍ରମ ଆୟୁକ୍ତି ସଚ୍ଚିଦାନନ୍ଦ ଜେନା, ଡେପୁଟି କଲେକ୍ଟର କାର୍ତ୍ତିକ ମଣ୍ଡଳ, ଜିଲ୍ଲା ଶ୍ରମ ଅଧୂକାରୀ ପ୍ରେମ ମଞ୍ଜରୀ ନାୟକ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରମୁଖ ସାମିଲ ହୋଇ ଥିଲେ।ଜିଲ୍ଲାପାଳ ଏବଂ ବିଦ୍ୟାଳୟର ଛାତ୍ରୀ କହିଥିଲେ ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାରୁ ନାମ ଫଳକ ଓଡ଼ିଆରେ ଲେଖିବାକୁ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଗାଇଡ ଲାଇନ ଏବଂ ଓଡ଼ିଆ ପକ୍ଷ ପାଳନ କରିବାକୁ ଆହ୍ବାନ କରିଛନ୍ତି ।|
