ଯୁବ ସାମ୍ବାଦିକଙ୍କ ପିତୃ ବିୟୋଗ
ଅସ୍ତରଙ୍ଗ (୪/୪) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ବିଶ୍ୱାଳ ଙ୍କ ପିତା ଋଷିକେଶ ବିଶ୍ୱାଳ ଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବା ବେଳେ ଗୁରୁବାର ଦିନ ଏକ ଘରୋଇ ହସ୍ପିଟାଲ ସନ୍ଧ୍ୟା ୬ଘଟିକାରେ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଋଷିକେଶ ବିଶ୍ୱାଳ ସମଗ୍ର ଅଞ୍ଚଳରେ ଜଣେ ଅମାୟିକ , ନିଷ୍ଠାବାନ,ସରଳ, ନିଷ୍କପଟ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ରୂପେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗ ଖବର ମିଳିବା ପରେ ଆତ୍ମୀୟ ସ୍ୱଜନ ଙ୍କ ସମେତ ଅସ୍ତରଙ୍ଗ ସାମ୍ବାଦିକ ସଂଘର ସଦସ୍ୟ ଏବଂ ଶୁଭେଛୁ ମାନେ ତାଙ୍କର ଅସ୍ତରଙ୍ଗ ନିକଟସ୍ତ ଉକୁଳେଇ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଉକୁଳେଇ ସ୍ଥିତ ସ୍ମଶାନରେ ବଡ଼ପୁତ୍ର ଅନ୍ତର୍ଯ୍ୟାମୀ ବିଶ୍ୱାଳ ମୁଖାଗ୍ନି ଦେଇଥିବା ବେଳେ ନିକଟରେ ସାନପୁଅ ଆର୍ଯ୍ୟ ବିଶ୍ୱାଳ, ବଡ଼ବୋହୁ, ନାତି, ନାତୁଣୀ, ଝିଅ ଶେଷକୃତ୍ୟ ଦର୍ଶନ କରିଥିଲେ। ଶୋକସନ୍ତପ ପରିବାରକୁ ବାସଭବନ ଠାରେ ପହଞ୍ଚି ସମବେଦନା ଜଣାଇଛନ୍ତି ପୁରୀ ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ୍ କ୍ଲବ ର ସଭାପତି ଶରତ ପରିଡ଼ା, ସମ୍ପାଦକ ବୃନ୍ଦାବନ ବିଶ୍ବାଳ, ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା, ପ୍ରିୟବ୍ରତ ମୁଦୁଲି, ଅଲେଖ ବିଶ୍ଵାଳ ସମେତ ଅସ୍ତରଙ୍ଗ ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟି ସୁକାନ୍ତ ମହାନ୍ତି, ଜଣାଶୁଣା ସମାଜସେବୀ ଦିବାକର ଛାଟୋଇ ଉପସ୍ଥିତ ଥିଲେl
