ଆଂକୁଲି କ୍ଲଷ୍ଟରର ଶିକ୍ଷା ସଚେତନତା ରଥ ପରିକ୍ରମା
ବ୍ରହ୍ମପୁର , ଅଦ୍ୟ ତା 04/04/2025 ରିଖ ଜାତୀୟ ଶିକ୍ଷା ନୀତି 2020 ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ଶିଶୁ ବlଟିକା ଓ ପ୍ରଥମ ଶ୍ରେଣୀରେ ନାମ ନମୋଦ ପାଇଁ ଛାତ୍ର ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି l ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଆଜି ଏକ ଶିକ୍ଷା ସଚେତନତା ରଥ ପରିକ୍ରମା କରିଥିଲା l ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି ଓ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ମୂଳକ ପଦକ୍ଷେପକୁ ଘରେ ଘରେ ପହଂଚାଇବା ପାଇଁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ ସ୍ୱରୂପ ଶିକ୍ଷା ସଚେତନତା ରଥ ପରିକ୍ରମା କରିଥିଲା l

ସରକାରୀ ବିଦ୍ୟାଳୟରେ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଘର ଘର ବୁଲି ପ୍ରଚାର ପତ୍ର ବଣ୍ଟା ଯାଇଥିଲl lରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ଙ୍କ ସମେତ ବି. ଆର. ସି. ସି. ଶ୍ରୀଯୁକ୍ତ ଜଗନ୍ନାଥ ଭୂୟାଁ, ଆଙ୍କୁଲି କ୍ଲଷ୍ଟର ସି. ଆର. ସି. ସି. ଶ୍ରୀଯୁକ୍ତ ଏ. ଭଗବାନ, ଗୋଇଲୁଣ୍ଡି ସି. ଆର. ସି. ସି. ଶ୍ରୀଯୁକ୍ତ ଭଗବାନ ବିଶ୍ଵାଳ ଓ ଉତ୍କଳମଣି ସି. ଆର. ସି. ସି. ଶ୍ରୀମତୀ ମଧୁସ୍ମିତା ଦେବୀ ଓ ବିଭିନ୍ନ ବିଦ୍ୟାଳୟ ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥଲେ l ଏହି ପରିକ୍ରମା ରଥ ଆଙ୍କୁଲି କ୍ଲଷ୍ଟରର ଲାଞ୍ଜିପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଜେଲ ପରିସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଙ୍କୁଲି ସରକାରୀ ପୌରପାଳିକା ଉଚ୍ଚ ବିଦ୍ୟାଳୟ, ଆର. ଡି. ସି. କଲୋନୀ ପ୍ରାଥମିକ ବିଦ୍ୟାଳୟ, ପଣ୍ଡା କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖୋଡ଼ାସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଡକ୍ରସ ଦୃଷ୍ଟି ହୀନ ବିଦ୍ୟାଳୟ ଆମ୍ବପୁଅl ଏବଂ ଅମ୍ବାପୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିକ୍ରମା କରିଥିଲା l ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ,ଅଭିଭାବକ ଗଣ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ଗଣ ପିଲାମାନଙ୍କ ସହିତ ଉପସ୍ଥିତ ରହି ରଥ ର ବନ୍ଧlପନା କରିଥିଲେ l ସଚେତନତା ମୂଳକ କୁନି ସଂଗୀତ ଗାନ ପୂର୍ବକ ପ୍ଲାକକାର୍ଡ ଧରି ସଚେତନତା ରାଲ୍ଲୀ କରାଯାଇଥିଲା l ଏହିପରି ଏକ ଶୈକ୍ଷିକ ଓ ପ୍ରେରଣା ଦାୟକ ପଦକ୍ଷେପକୁ ସମସ୍ତେ ଭୁୟସୀ ପ୍ରଶଂସା କରିଛନ୍ତି l
