ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅଭିଯୋଗ ପତ୍ର ଅନଲାଇନ ରେ ଦେଇପାରିବେ

ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅଭିଯୋଗ ପତ୍ର ଅନଲାଇନ ରେ ଦେଇପାରିବେ।ପୁରୀ ୪/୪ ପୁରୀ ଜିଲ୍ଲା ରେ ଚଳିତ ମାସ ୭ତାରିଖରେ ଅସ୍ତରଙ୍ଗ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।ଏହା ସକାଳ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଅଧିକାରୀ ଅବଗତ କରାଇଛନ୍ତି।ଅନଲାଇନ (https//janasunani.odisha.gov/) ମାଧ୍ୟମରେ ମଧ୍ୟ ବ୍ୟକ୍ତି ବିଶେଷ ମାନେ ନିଜ ଅଭିଯୋଗ ଆଜି ଠାରୁ ଆସନ୍ତା କାଲି ଅପରାହ୍ନ ୫.୩୦ ମିନିଟ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ।ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ବୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶା ଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଓ ଏସପି ଙ୍କୁ ଜଣାଇ ପାରିବେ।ଏତଦ ବ୍ୟତୀତ ଅଣ ପଞ୍ଜୀକୃତ ଆବେଦନକାରୀ ସିଧା ସଳଖ ଯୁଗ୍ମ ଶୁଣାଣି ଶିବିରରେ ଅଭିଯୋଗ ପତ୍ର ଦେଇପାରିବେ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *