ଚଇତ୍ର ମାସର ଗଞ୍ଜମ ର ପାରମ୍ପରିକ ଦଣ୍ଡନାଚ
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଚଇତ୍ର ମାସର ପାରମ୍ପରିକ ପର୍ବ ଦଣ୍ଡ କାଳୀନାଟ ବା ଦଣ୍ଡନାଚ । ଏହି ନାଟରେ ମାନସିକ ଧାରୀ ମାନେ ଏଥିରେ ଅଂଶଗ୍ରହଣ କରନ୍ତି । ଏହା ସହ ଯେଉଁ ମାନେ ମାନସିକ କରିଥିବେ ତାଙ୍କ ଘର ଦାଣ୍ଡ ରେ ସେହି ଦଣ୍ଡ ନାଚ କରନ୍ତି । ସେଥିରେ ଦୁଇ ଜଣ ଙ୍କ ମାନସିକ ପୁରଣ ହୁଏ ବୋଲି ପୂର୍ବକାଳ ରୁ କାହାବତ ଅଛି । ଏହି ଦଣ୍ଡନାଚ ରେ ଯେଉଁମାନେ ଦଣ୍ଡୁଆ ହୋଇ ଥାନ୍ତି ବହୁ କଠିନ ସେମାନଙ୍କ ବ୍ରତ । ସେମାନେ ଖାଲି ପାଦରେ ଚାଲି ଚାଲି ଖରାରେ ଦଣ୍ଡନାଚ କରନ୍ତି । ଏହି ଦଣ୍ଡନାଚ ବିଷୁବ ସଂକ୍ରାନ୍ତି ରେ ସେମାନଙ୍କ ବ୍ରତ ଶେଷ ହୁଏ । ଏହି ସଂକ୍ରାନ୍ତି କୁ ମେରୁ ବା ପଣା ସଂକ୍ରାନ୍ତି କୁହାଯାଏ । ଏହି ଦଣ୍ଡ ଧାରୀ ମନେ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଏରେଡ୍ରା ପଞ୍ଚାୟତ ର । ସେମାନେ ବ୍ରହ୍ମପୁର କୁ ଆସି ମାନସିକ ଧାରୀ ଙ୍କ ଘର କୁ ଆସି ସକାଳେ ତାଙ୍କ ଘର ଆଗରେ ସକାଳର ନୀତି ନିୟମ କରନ୍ତି ।
