ନବରଙ୍ଗପୁର ଠାରେ ଓଡ଼ିଆରେ ନାମ ଫଳକ ଅଭିଯାନ କାର୍ଯ୍ୟକ୍ରମ
ନବରଙ୍ଗପୁର ୦୪/୦୪/୨୦୨୫: ଆଜି ସକାଳେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତ। ପଦଯାତ୍ରା ଜିଲ୍ଲାପାଳଙ୍କ ପରିସରରୁ ସୁଭାରମ୍ଭ ହୋଇଥିଲା ଜିଲ୍ଲାପାଳ ଡ଼. ସୁଭଙ୍କର ମହାପାତ୍ରଙ୍କ ପୌରୋହିତ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବିଶ୍ଵଜିତ୍ ବର୍ମନ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର କୁମାର ଖୁଣ୍ଟିଆ ପତକା ଦେଖାଇ ସଚେତନ ରଥ କୁ ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ କୁବେର ବେହେରା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲକା ଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ , ଅବସରପ୍ରାପ୍ତ ସହକାରୀ ଶ୍ରମ ଅଧିକରୀ ପଦ୍ମ ଚରଣ ପଣ୍ଡା ସମସ୍ତ ସହକାରୀ ଶ୍ରମ ଅଧିକାରୀ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଟ୍ରେଡ ଯୁନିୟନ କର୍ମକର୍ତ୍ତା , ଚାମରସ ଅଫ୍ କମର୍ସ ର ସମ୍ପାଦକ ଓ ମେମ୍ବର ଓ ନିର୍ମାଣ ଶ୍ରମିକ , ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହ ନବରଙ୍ଗପୁର ସହର ପରିକ୍ରମା କରିଥିଲେ
ନବରଙ୍ଗପୁର ରୁ ସରୋଜ ମହାଙ୍କୁଡ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
