ଓଡ଼ିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ
ପୁରୀ ୫/୪ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରଥମ ଥର ପାଇଁ ପାଳିତ ହେଉଛି ଓଡ଼ିଆ ପକ୍ଷ।ଅପ୍ରେଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପକ୍ଷ ୧୪ ଅପ୍ରେଲ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ରେ ସମାପନ ହେବ।ଆଜି ଓଡ଼ିଆ ପକ୍ଷ ପାଳନର ୫ମ ଦିନରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ ହୋଇଥିଲା।ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମେ ଓଡ଼ିଆ ବୋଲି ଯେତିକି ଗର୍ବିତ ଆମର ଐତିହ୍ୟ ଓ ପରମ୍ପରା ମଧ୍ୟ ତତୋଧିକ ମହନୀୟ।ଏହାକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବାର ଆବଶ୍ୟକତା ରହିଛି।ଆମେ ଓଡ଼ିଆ ଭାଷା ର ବ୍ୟାପକ ବ୍ୟବହାର କରିବା ଓ ଅନ୍ୟ ଓଡ଼ିଆ ମାନ ଙ୍କୁ ମଧ୍ୟ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା।ଐତିହ୍ୟ ଗଣଦୌଡ ମାଧ୍ୟମରେ ଆମ ଶାରୀରିକ ଦକ୍ଷତା ଓ ନିଜ ସୁସ୍ଥତାର ପରିଚୟ ଦେଉଛନ୍ତି।ଏହା କେବଳ ଆଜି ନୁହେଁ ପ୍ରତି ଦିନ ଜାରି ରଖିବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓଡ଼ିଆ ପକ୍ଷ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଭିନ୍ନ ଦିବସର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଖୋଖୋ ହାଇ ପରମାନ୍ସ ସେଣ୍ଟର ର ମୁଖ୍ୟ କୋଚ ସଞ୍ଜୀବ ଶର୍ମା, ବକ୍ସିଂ କୋଚ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଗଣଦୌଡ ର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ କ୍ରୀଡା କାର୍ଯ୍ୟାଳୟର କର୍ମଚାରୀ ସୌମ୍ୟ ରଞ୍ଜନ ପୂଜାରୀ, ଲକ୍ଷ୍ମୀଧର ଦାସ,କୁନା ବେହେରା, ଆସମାନ ନାୟକ ପ୍ରମୁଖ ସହଯୋଗ କରିଥିଲେ।
