ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ର ଆୟୋଜନ

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ର ଆୟୋଜନ ସାମିଲ ହେଲେ ଶହଶହ ଲୋକ, ଖଣ୍ଡଗିରିର କଳା-ସ୍ଥାପତ୍ୟ, ସମୃଦ୍ଧ ବିଭବ, ଐତିହ୍ୟ କୀର୍ତ୍ତିରାଜିକୁ ଜୀବନ୍ତ କଲା ଆଜିର ଐତିହ୍ୟ ଗଣଦୌଡ଼ଓଡ଼ିଶାର କଳା-ଶିଳ୍ପ-ସ୍ଥାପତ୍ୟ-ଐଶ୍ବର୍ଯ୍ୟକୁ ବିଶ୍ୱବିଦିତ କରିବା, ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ଓଡ଼ିଆ ଅସ୍ମିତାର ଜୟଯାତ୍ରାରେ ଅଗ୍ରସର ହେବା : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଭୁବନେଶ୍ୱର ୫ ଏପ୍ରିଲ, ୨୦୨୫ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ହେଉଛି ଆଜିର ଗଣଦୌଡ଼ର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ଥର କରି ପାଳନ କରାଯାଉଥିବା ଓଡ଼ିଆ ପକ୍ଷ ଏବଂ ଆଜିର ଗଣଦୌଡ଼ରେ ସାମିଲ ହୋଇ ସମସ୍ତ ଐତିହ୍ୟସ୍ଥଳୀର ସଂରକ୍ଷଣ କରିବା ସହିତ ଆମ ଓଡ଼ିଶାର କଳା-ଶିଳ୍ପ-ସ୍ଥାପତ୍ୟ-ଐଶ୍ବର୍ଯ୍ୟକୁ ପୁନଶ୍ଚ ବିଶ୍ୱବିଦିତ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି କହିଛନ୍ତି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।ଆଜି ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହା ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ ସାମିଲ ହୋଇଥିଲେ। ଏଥିସହିତ ଓଡ଼ିଆ ପକ୍ଷ ପାଳନର ଉତ୍ସାହ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ସହିତ ସମସ୍ତେ ଆଜି ଓଡ଼ିଆ ପିଠାପଣା ଖାଇ ଅତ୍ୟନ୍ତ ଆନନ୍ଦର ସହିତ ଏହି ଗଣଦୌଡ଼ ଉତ୍ସବକୁ ପାଳନ କରିଥିଲେ। ଏଥିସହିତ ଖଣ୍ଡଗିରିର ସୌନ୍ଦର୍ଯ୍ୟ ଏବଂ ବୈଭବକୁ ଆହୁରି ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏଠାରେ ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ପାଳନ ୱେବସାଇଟ୍ (ଓଡ଼ିଆପକ୍ଷ. କମ୍)ରେ ଅପଲୋଡ଼ ମଧ୍ୟ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ରାଜନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଶ୍ରୀ ଜଗନ୍ନାଥ ପ୍ରଧାନ, ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ଶ୍ରୀ ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *