ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନକରୁଥିବା ଓଡ଼ିଆ ପକ୍ଷ ପାଳନ-୨୦୨୫
ଆଜି ଐତିହ୍ୟ ଗଣଦୌଡ଼ ଫୁଲବାଣୀ ସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହୋଇ କରୋନେସନ ପଡ଼ିଆରେ ସମାପ୍ତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ,କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ,କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ସବୁଜ ପତାକା ଦେଖାଇ ଏହି ଐତିହ୍ୟ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ
କନ୍ଧମାଳ ଶ୍ରୀ ଭିକାରୀ ସାହୁ,ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଶ୍ରୀ ଗଦାଧର ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ କହଁର,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାଏକ,ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା,ବିଭିନ୍ନ ଶିକ୍ଷାନୁଷ୍ଠାନର ଶାରୀରିକ ଶିକ୍ଷା ଶିକ୍ଷକ,ଶତାଧିକ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ I
