ଐତିହ୍ୟ ସ୍ଥଳ ଓ ଦେବସ୍ଥାନ ସ୍ବଛତା ଅଭିଯାନ

ପୁରୀ ୬/୪ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଷଷ୍ଠ ଦିନରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ସ୍ଥାନ ଓ ଦେବସ୍ଥାନ ରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀମନ୍ଦିର ପରିକ୍ରମା ମାର୍ଗ କୁ ପ୍ରଥମେ ସ୍ବଛ କରାଯାଇଥିଲା।ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦିପ୍ତ କୁମାର ସେନାପତି ପ୍ରମୁଖ ସ୍ବଛତା ଅଭିଯାନରେ ସାମିଲ ହୋଇଥିଲେ।ଏଥିରେ ଶ୍ରୀମନ୍ଦିର ସ୍ବଛତାରେ ସାମିଲ ଥିବା ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ।ପରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନା ଓ ସମାଧି ପୀଠ ସାତ ଲହଡି ମଠରେ ସ୍ବଛତା ଅଭିଯାନ କରାଯାଇଥିଲା।

ଏଥିରେ ଉପରୋକ୍ତ ଅଧିକାରୀ ଙ୍କ ସହ ହାପିନେସ ଫାଉଣ୍ଡେସନ ର ସଭାପତି ପ୍ରଦିପ୍ତ କୁମାର ପ୍ରଧାନ ଓ ସେମାନଙ୍କ ସଦସ୍ୟ ମାନେ ସ୍ବଛତା ଅଭିଯାନରେ ଯୋଗ ଦାନ କରିଥିଲେ।ସେହିପରି ନିମାପଡା ସାଇ ମନ୍ଦିର ପରିସରରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାଧ୍ୟାପକ ଡଃ ରବୀନ୍ଦ୍ର ନାଥ ପାଢ଼ୀ, ସାଇ ମନ୍ଦିର ସଭାପତି ବ୍ରହ୍ମାନନ୍ଦ ନାୟକ, ଅଭୟ ରଞ୍ଜନ ସାହୁ, ଦେବେନ୍ଦ୍ର କୁମାର ମୁଦୁଲି, ସତ୍ୟବ୍ରତ ସ୍ବାଇଁ, ବିଜୟ କୁମାର ନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସ୍ବଛତା ଅଭିଯାନରେ ସାମିଲ ଥିଲେ।ଏହା ସହିତ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ଅଧୀନରେ ଥିବା ପ୍ରମୁଖ ଦେବାଳୟ ଓ ଐତିହ୍ୟ ସ୍ଥଳ ଗୁଡିକ ସମ୍ପୃକ୍ତ ବ୍ଲକ ଓ ସହରାଞ୍ଚଳର ଅଧିକାରୀ ଓ କର୍ମଚାରୀମାନେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ କରାଇଥିଲେ l

Leave a Reply

Your email address will not be published. Required fields are marked *