ସରକାରୀ ଛୁଟି ତଥାପି ବିଡ଼ିଓ ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

ଆଜି ରବିବାର ସରକାରୀ ଛୁଟି ତଥାପି ବିଡ଼ିଓ ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଆଜି ସୁଡ଼ୁକୁମ୍ପା ପଞ୍ଚାୟତକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ପରିଦର୍ଶନ କରିଛନ୍ତି। ଆଜି ରବିବାର ସରକାରୀ ଛୁଟି ତଥାପି ଘରେ ନ ରହି ଗ୍ରୀଷ୍ମ ପ୍ରବାହ କୁ ଖାତିରି ନ କରି ଅପରାହ୍ନରେ ସୁଡ଼ୁକୁମ୍ପା ପଞ୍ଚାୟତ ରାଣୀପଥର ଗ୍ରାମକୁ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟା ବୁଝି ପାନୀୟ ଜଳ ସମ୍ପର୍କରେ ଆଲୋଚନା କରିଥିଲେ ବିଡ଼ିଓ ଶ୍ରୀ ବାହିନୀପତି। ସେଠାରୁ ଫେରି ସୁଡୁକୁମ୍ପାରେ ସରକାରଙ୍କ ଆୟୁଷ୍ମାନ ଯୋଜନା କାର୍ଡ ପ୍ରଦାନ କରାଯିବାକୁ ରହିଥିବା କାର୍ଯ୍ୟକ୍ରମ ପାଇଁ ସ୍ଥାନ ବୁଲି ଦେଖି ପୁଣି ଜନସାଧାରଣ ଙ୍କ ପ୍ରଶଂସା ସାଉଁଟିଛନ୍ତି ବିଡ଼ିଓ। ସେ ପ୍ରତ୍ୟେକ ଦିନ ଯେକୌଣସି ଗାଁକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବା ଦେଖିବକୁ ମିଳୁଥିବା ବେଳେ ଅଫିସ୍ କାର୍ଯ୍ୟ କରିବା ସହିତ ଓ କର୍ମଚାରୀ ତଥା ସରକାରୀ ସଭା ସମିତିରେ ମଧ୍ୟ ସଠିକ ସମୟରେ ଉପସ୍ଥିତ ରହି ନିଜର ଦାୟିତ୍ଵ ନିର୍ବାହ କରି ସମସ୍ତଙ୍କୁ ଉତ୍ସାହ କରିପାରୁଥିବା କର୍ମଚାରୀ ମାନେ ମଧ୍ୟ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *