ବିଲାବାଡ଼ି ପଞ୍ଚାୟତ ଗୁଆ ହରିଡ଼ା ଶାଖା କୁଇସମାଜର ଗୃହ ନିର୍ମାଣ ପାଇଁ ଦାବି
ବିଲାବାଡ଼ି ପଞ୍ଚାୟତ ଗୁଆ ହରିଡ଼ା ଶାଖା କୁଇସମାଜର ଗୃହ ନିର୍ମାଣ ପାଇଁ ଦାବି।ଫୁଲବାଣୀ କନ୍ଧମାଳ ଜିଲ୍ଲାର ସର୍ଵ ବୃହତ୍ତମ ସଂଠନ କୁଇସମାଜ। ଆମେ ସରଳ ନିର୍ଭିକ ନିଷ୍ଠାପର ଜନଜାତି।ଆମେ ଆଦିବାସି ଆମ ପାଇଁ ସରକାର ସବୁବେଳେ ଗର୍ବିତ କରୁଛି। ତଥାପି ଆମେ ଅବହେଳିତ। ଏଭଳି ଅନେକ ମନ୍ତବ୍ୟରେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ରତାବାରି ମୁଠା ବିଲାବାଡ଼ି ପଞ୍ଚାୟତ ଗୁଆ ହରିଡ଼ା ଶାଖା କୁଇସମାଜ ସଂଗଠନ ସଦସ୍ୟ। ଆଜି ବିଲାବାଡ଼ି ତାଙ୍କର ମାସିକିଆ ବୈଠକରେ ସେମାନେ କହିଛନ୍ତି ଯେ ଆମେ ଦୀର୍ଘ ବର୍ଷ ହେବ ଆମ ଗୁଆ ହରିଡ଼ା ଶାଖା କୁଇସମାଜ ପାଇଁ ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ଦାବି କରି ଆସୁଛୁ। ହେଲେ ସାଂସଦ,ବିଧାୟକ,ଜିଲ୍ଲା ପରିଷଦ,କିମ୍ବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ,ନେତା ମନ୍ତ୍ରୀ କେହି ହେଲେ ଶୁଣୁ ନାହାଁନ୍ତି। ତେଣୁ ନୂତନ ସରକାର ଙ୍କ ସାଂସଦ, ବିଧାୟକ,କିମ୍ୱା ସ୍ବତନ୍ତ୍ର ଉନ୍ନୟନ ପରିଷଦଙ୍କୁ ନୂତନ ଆଶା ବିଶ୍ବାସ କରି ଗଣମାଧ୍ୟମ ଦ୍ୱାରା ପୁଣି ଦାବି ଜଣାଉଛୁ ଆମ ଵିଲାବାଡ଼ି ପଞ୍ଚାୟତ ଗୁଆ ହରିଡ଼ା ଶାଖା କୁଇସମାଜ ପାଇଁ ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଦିଆଯାଉ। ପ୍ରତ୍ୟେକ ମାସରେ ଆମର ବୈଠକ ବସୁଛି। ବୈଠକ ଗୃହ ନ ଥିବାରୁ ଆମେ ଦାହନୀୟ ଅବସ୍ଥାରେ ବିଭିନ୍ନ ଗଛମୂଳେ ଏ ପଣ୍ଡା ସେ ପିଣ୍ଡାରେ ବସି ବୈଠକ କରୁଛୁ ବୋଲି ସମାଜ ସଭାପତି ମସ୍ତରାମ ମଲିକ, ଉପ-ସଭାପତି ସତାବନ ଭୁକ୍ତା, କୋଷାଧ୍ୟକ୍ଷ ଦେବେନ୍ଦ୍ର ମଲିକ,ସମ୍ପାଦକ ବିଶ୍ୱପତି ମଲିକ, ସହ ସମ୍ପାଦକ ସନ୍ୟାସୀ ମଲିକ ଓ ଅନ୍ୟ ସମସ୍ତ ସଦସ୍ୟଗଣ ମାନେ ଦାବି କରିଛନ୍ତି।
