ସ୍ନେହ –
ମାତୃ ସ୍ନେହ ର‌‌ ଆକଳନ ନାହିଁ
ଏହି ଧରଣି ପୃଷ୍ଠରେ
କେ ମାପି ପାରିବ ମାଆ ର ମମତା
କେଉଁ ମାପ ର‌ ମାନରେ
ଏହି ଧରଣି ପୃଷ୍ଠରେ।
ମାତୃ ସ୍ନେହ ସଙ୍ଗେ ପିତୃ ସ୍ନେହ ଯିଏ ପାଇଛି ମହୀ ମଣ୍ଡଳେ
ଧନ୍ୟ ସେ ସନ୍ତାନ ଆଶିଷ ଲଭିଣ ଜୟ ହୁଏ କାଳେ କାଳେ
ପାଇଛି ମହୀ ମଣ୍ଡଳେ।
ଗୁରୁ ସ୍ନେହ ଶ୍ରଦ୍ଧା ସଦିଚ୍ଛା ଶୁଭେଚ୍ଛା
ପାଅଇ ଯେଉଁ ମାନବ
ମଣିଷତା ପଣ ଥାଏ ତାହା ଠାରେ
ପୃଥିବୀ ର‌ ଶ୍ରେଷ୍ଠ ଜୀବ
ପାଅଇ ଯେଉଁ ମାନବ।
ଗୁରୁ ଗୁରୁଜନ ଆଶିଷ ଲଭିଣ ସ୍ନେହ ଶ୍ରଦ୍ଧା ମଧ୍ୟେ ରହେ
ମମତା ର ମଧ୍ୟେ ଆବଦ୍ଧ ହୋଇଣ
ସବୁକିଛି ଜାଣିଥାଏ
ସ୍ନେହ ଶ୍ରଦ୍ଧା ମଧ୍ୟେ ରହେ।
ତଥାପି ଜୀବନ ମଧ୍ୟରେ ମଣିଷ
ମଣିଷ ପଣିଆ ଭୁଲି
ଜୀବନ ନାଟକେ ହାରିଯାଏ ସିଏ
କର୍ତ୍ତବ୍ୟ କୁ ଯାଏ ଭୁଲି
ମଣିଷ ପଣିଆ ଭୁଲି।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ,

Leave a Reply

Your email address will not be published. Required fields are marked *