ଅସ୍ତରଙ୍ଗରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ
ଅସ୍ତରଙ୍ଗ,୦ ୭/୦୪ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ପରିସର ସମ୍ମିଳନୀ କକ୍ଷରେ ଆଜି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ସକାଳ ୭ ଘଟିକା ସମୟରୁ ୧୦.୩୦ ଘଟିକା ପର୍ଯ୍ୟନ୍ତ ଜନଶୁଣାଣୀ ଚାଲିଥିଲା। ଏହି ଜନଶୁଣାଣୀରେ ପ୍ରାରମ୍ଭ ରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ୱାଇଁ ଆଳସାହି ପଂଚାୟତ ର ଆର୍ତ୍ତ ତ୍ରାଣ ବିଦ୍ୟପୀଠ ବରାଙ୍ଗ ର ୩ ବର୍ଷ ରୁ ଉର୍ଦ୍ଧ ହେଲାଣି ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ୍ୟ ତାହା ଆଜିପଯ୍ୟନ୍ତ ବିଲ୍ ହେଉନାହିଁ ବୋଲି ଉପଜିଲ୍ଲାପାଳ ରାଜକିଶୋର ଜେନା ଓ ଏ ଡି ଏମ ଶରତ ଚନ୍ଦ୍ର ବେହେରା ( ସାଧାରଣ ପ୍ରଶାସନ ) ଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍ ପରେ ଏହିଭଳି ଭାବେ ଅନ୍ତୋଦୟ ଯୋଜନାରେ ବାସ ଗୃହ , ଭିନ୍ନକ୍ଷମ ଭତ୍ତା, ଭତ୍ତା ରେ ଅନିୟମିତତା ଆଦି ବିଭିନ୍ନ ବିଭାଗ ର ମାତ୍ର ୩୭ ଟି ଅଭିଯୋଗ ଗ୍ରହଣ ହୋଇଥିଲା। ସୂଚେଇ ଦେଉଛୁ କି ବ୍ଳକ୍ ପ୍ରଶାସନ ସର୍ବାଧିକ ଖବର କାଗଜ କୁ ଅଣଦେଖା କରି ନିର୍ଦ୍ଧିଷ୍ଟ ଏକ ଖବର କାଗଜରେ ଵିଜ୍ଞାପନ ଦେଇ କାମସାରି ଦେଇଥିଲା ଯାହା ଦ୍ୱାରା ସାଧାରଣ ଜନସାଧାରଣ ଜାଣିପାରିଲେ ନାହିଁ । ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ହୋଇଥିଲେ ବ୍ଲକ୍ ଅଂଚଳର ସମସ୍ତ ଜନସାଧାରଣ ଅବଗତ ହୋଇଥାନ୍ତେ ଏବଂ ସେମାନେ ସେମାନଙ୍କର ଅଭିଯୋଗ ଦାଖଲ କରିଥାନ୍ତେ ଓ ପୂର୍ବରୁ ହୋଇଥିବା ଜନଶୁଣାଣୀ ର କୌଣସି ଗୋଟିଏ ହେଲେ ସମସ୍ୟା ସମାଧାନ ହୋଇନଥିବା ସମିତି ସଭ୍ୟ ରାମଚନ୍ଦ୍ର ନାୟକ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ସେହିପରି ଆଲଙ୍ଗପୁର ପଂଚାୟତଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଭୋଳ କହିବା କଥା ୨୦୨୨ ମସିହା ପରଠାରୁ କୌଣସି ଜିଲ୍ଲାପାଳ ଅସ୍ତରଙ୍ଗ ବ୍ଲକକୁ ଗୁରୁତ୍ୱ ନ ଦେଇ ନିଜେ ନ ଆସି ସବୁବେଳେ ତାଙ୍କ ସ୍ଥାନରେ ଉପ ଜିଲ୍ଲାପାଳ ଙ୍କୁ ଏଠାକୁ ପଠାଉ ଥିବା ଓ ଗୋଟିଏ ହେଲେ ଅଭିଯୋଗ ର ସମାଧାନ ହୋଇନଥିବା ଅନୁରୂପ ଭାବେ ଅଭିଯୋଗ କରିଛନ୍ତି । ସେହିପରି ଅସ୍ତରଙ୍ଗ ପଂଚାୟତ ରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ ପରେ ସରକାର ଙ୍କ ଠାରୁ ସ୍ୱାମୀ ପେନସନ୍ ପାଉଥିବା ବେଳେ ସ୍ତ୍ରୀ ଭତ୍ତା ପାଉଛନ୍ତି ଯାହା ଆଇନି ସଂମତ ନୁହେଁ । ଭତ୍ତା ପ୍ରଦାନ ରେ ଅନିୟମିତତା ହୋଇଥିବା ଅସ୍ତରଙ୍ଗ ର ପବିତ୍ର ବସ୍ତିଆ ଜନଶୁଣାଣୀ ରେ ଅଭିଯୋଗ ପତ୍ର ଦେଇଥିଲେ। ମୋଟାମୋଟି ଦେଖିବାକୁ ଗଲେ ଜନଶୁଣାଣି ରେ କୌଣସି ଗୋଟିଏ ସମସ୍ୟାର ସମାଧାନ ହେଉ ନ ଥିବାରୁ ଜନସାଧାରଣ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଶ୍ରୀଯୁକ୍ତ ଭୋଳ ଅଭିଯୋଗ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ , ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ , ଯୋଗାଣ ନିରୀକ୍ଷକ ଶିବ ପ୍ରସାଦ ମଣ୍ଡଳ ,ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା, ବ୍ଲକ୍ ଅଧକ୍ଷା ଆରତୀ ନାୟକ , ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଥାନା ନିରୀକ୍ଷକ ରାଜେଶ ବଳିୟାରସିଂ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ , ଜଳସମ୍ପଦ ବିଭାଗ , ବନ ବିଭାଗ , ବିଦ୍ୟୁତ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ଅଗ୍ନିଶମ ବିଭାଗ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଜନଶୁଣାଣୀ ରେ ଯୋଗଦେଇଥିଲେ। ଗତ ଥର ଅପେକ୍ଷା ଆଜି ୨୦ ଟି କମ୍ ଅଭିଯୋଗ କାରି ଅଭିଯୋଗ କରିଥିବା ସୂଚନା ମିଳିଛି।
