ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ
ପୁରୀ ୭/୪ ଓଡ଼ିଆ ପକ୍ଷ ପାଳନର ଆଜି ସପ୍ତମ ଦିବସ।ଆଜିର ଦିବସ ରେ ସରକାର ଙ୍କ ଓଡ଼ିଆ ପକ୍ଷ ପାଳନର କାର୍ଯ୍ୟ ସୂଚୀ ଅନୁସାରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା।ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସଦର ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର ପୁଲିସ ହାଇସ୍କୁଲ ରେ ପହଞ୍ଚି ପିଲା ମାନ ଙ୍କୁ ସ୍ବାଗତ କରିଥିଲେ।ନୂଆ ହୋଇ କୁ ଆସିଥିବା ପିଲା ମାନଙ୍କ ସହ ଶ୍ରୀ ସେଠୀ ବାର୍ତ୍ତାଳାପ କରିବା ସହ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ କରିଥିଲେ।ପିଲା ମାନେ ବର୍ଣ୍ଣବୋଧ ପାଇ ବହୁତ ଖୁସି ହୋଇ ଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, ଶିକ୍ଷକ କିରଣ ବାଳା ଦାଶ,କୁନମୁନ ମହାନ୍ତି, ପ୍ରଭାତ କୁମାର ଦାସ, ଲକ୍ଷ୍ମୀ ପ୍ରିୟା ସେଠୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
