ଶ୍ରୀ ରାମ ନବମୀ ଅବସରରେ ରାଇକିଆ ଅଞ୍ଚଳ ଉତ୍ସବ ମୁଖର
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ଠାରେ ରାମ ନବମୀ ଉଚ୍ଚବ ମହା ଆଡମ୍ବର ରେ ପାଳିତ ହୋଇ ଯାଇଅଛି।ଶ୍ରୀ ରାମ ନବମୀ ଅବସରରେ ବଜରଙ୍ଗ ଦଳ ଏଵଂ ହିନ୍ଦୁ ନବବର୍ଷ ଆୟୋଜକ ସଂଗଠନ ପକ୍ଷରୁ ରାଇକିଆ ଅଞ୍ଚଳରେ ଏକ ଭବ୍ୟ ବାଇକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ଥିଲା ଶ୍ରୀ ରାମଙ୍କ ଜନ୍ମତିଥି ପାଳନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ମଧ୍ୟରେ ଧାର୍ମିକ ଏବଂ ସାଂସ୍କୃତିକ ମନୋଭାବ ସୃଷ୍ଟି କରିବା ସହିତ ଶ୍ରୀ ରାମ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା। ଏହି ଶୋଭାଯାତ୍ରା ରାଇକିଆ ମୁଖ୍ୟ ରାସ୍ତା ରୁ ବାହାରି ବେରେଡ଼ାକିଆ ରାସ୍ତା ଅତିକ୍ରମ କରି ଦଡୀଙ୍ଗିଆ ହନୁମାନ ମନ୍ଦିର ଓ ପରେ ମଣ୍ଡାକିଆ ରାମ ମନ୍ଦିର ଠାରେ ପୂଜାର୍ଚନା ସାରି ପ୍ରତ୍ୟାବର୍ତ୍ତନ କରିବା ପରେ ରାଇକିଆ ଦୁର୍ଗା ମଣ୍ଡପ ଠାରେ ଶୋଭାଯାତ୍ରା ର ସମାପନ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଶହ ଶହ ଶ୍ରୀ ରାମ ଭକ୍ତ ହାତ ରେ ଧ୍ଵଜା ଧାରଣ କରି ଅତି ଉତ୍ସାହ ର ସହିତ ଯୋଗଦାନ କରିଥିଲେ।ପବିତ୍ର ରାମ ନବମୀ ରେ କରଡା ହନୁମାନ ମନ୍ଦିର ଓ ମଣ୍ଡାକିଆ ଶ୍ରୀ ରାମ ଙ୍କ ପୀଠ ସ୍ଥଳୀ ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ର ଆୟୋଜନ ହୋଇଥିଲା।ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ପକ୍ଷରୁ ଦୀପକ ମହାରଣା, ଜିତେନ୍ଦ୍ର ପଣ୍ଡା, ରାକେଶ ପାଢ଼ୀ ଏଵଂ ହିନ୍ଦୁ ନବବର୍ଷ ଆୟୋଜକ ସଂଗଠନ ପକ୍ଷରୁ ମାନସ ରଞ୍ଜନ ପତି, ସନ୍ତୋଷ ପାତ୍ର, ପ୍ରଶାନ୍ତ ଦଳେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
