ସୋରଡ଼ାରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ସୋରଡ଼ା, ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ସରାବାଡ଼ି ମଣ୍ଡଳ ବିଜେପି ପକ୍ଷରୁ ୪୬ ତମ ପ୍ରତିଷ୍ଠା ଦିବସ ପଞ୍ଚାନନ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି । ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଆହ୍ବାନ କ୍ରମେ ସରାବାଡ଼ି ମଣ୍ଡଳ ପାଇଁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ସତ୍ୟ ନାରାୟଣ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନୀତି,ଆଭିମୁଖ୍ୟ, ସଂଗଠନ, ଦାୟିତ୍ୱ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା। ଦଳର ବରିଷ୍ଠ ନେତା ତଥା ଗୋପାଳପୁର ଶାସନ ପଂଚାୟତ ସରପଞ୍ଚ ଦେବରାଜ ମଲ୍ଲିକ, ପୂର୍ବତନ ସଭାପତି ଭଗବାନ ମୁନି, ବରିଷ୍ଠ ନେତା ବନମାଳୀ ସ୍ୱାଇଁ, ସୀମାଞ୍ଚଳ ତ୍ରିପାଠୀ ପ୍ରଭୃତି ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତ୍ୟୋକ କର୍ମୀ ପରସ୍ପର ଉତ୍ତମ ସମ୍ପର୍କ ରଖି ଶୃଙ୍ଖଳିତ ଭାବେ ଦଳକୁ ଅଧିକ ମଜବୁତ୍ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥି ସହିତ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇ ଥିଲା । ରଂଜନ ମଳିକ, ଅଜିତ ମୁନୀ, ଅଜୟ ସ୍ୱାଇଁ , ରବି ପାଣିଗ୍ରାହୀ, ଗଣେଶ ସ୍ୱାଇଁଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *