ହନୁମାନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ

ହନୁମାନଙ୍କ ନୂତନ ବିଗ୍ରହ ଓ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ୫ ଦିନଧରି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସହ ଭକ୍ତିଭାବ ଓ ହୋମଯଜ୍ଞରେ ରେ ଫାଟିପଡୁଛି ପୁରା ଗ୍ରାମ। ପାଞ୍ଚଦିବସୀୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଭଗବାନ ଶ୍ରୀ ହନୁମାନଙ୍କ ବିଭିନ୍ନ ଋତିନିତିରେ ପୂଜାର୍ଚନା ସହ ହୋମଯଜ୍ଞର କାର୍ଯ୍ୟକ୍ରମ ଚାଲିଥିବାବେଳେ ପ୍ରତ୍ୟେକଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଭାଇଚାର ସୃଷ୍ଟିହେବା ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ମହା ଆଡମ୍ବରରେ ପାଳିତ ହୋଉଛି। ଏପରିକି ଗ୍ରାମରେ ପାଞ୍ଚଦିନ ଧରି କୌଣସି ଆମିସ ଦ୍ରବ୍ୟ ନିଷେଧ କରାଯାଇଛି।

ଗ୍ରାମଟି ଏକପ୍ରକାରର ଉତ୍ସବମୁଖର ହୋଇପଡିଛି। ଗ୍ରାମକୁ ଆଖପାଖ ଅଞ୍ଚଳରୁ ବବହୁସଂଖ୍ୟାରେ ଜନସମାଗମ ହେଉଥିବାବେଳ ରାଜନେତା ମାନେ ମଧ୍ୟ ଯୋଗ ଦେଉଛନ୍ତି। କାମାକ୍ଷାନଗର ଓ ପରଜଙ୍ଗ ବିଧାୟକ ଏହିକାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *