ପୁନର୍ଗଠନ ହେବ ମିଶନଶକ୍ତି
ଭାରତୀୟ ଜନତା ପାର୍ଟି ଶାସିତ ଓଡିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ହେବ ବୋଲି କଡ଼ା ନିର୍ଦେଶ ଆସିଛି। ଗାଁ ଗାଁରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଗ୍ରାମର ଆଞ୍ଚଳିକ ମଞ୍ଚ, ପଞ୍ଚାୟତ ମହିଳା ମହାସଙ୍ଘ,ବ୍ଲକ ମହିଳା ମହାସଂଘ, ଜିଲ୍ଲା ମହିଳା ମହାସଂଘ ଓ ରାଜ୍ୟ ମହିଳା ମହାସଂଘ ପର୍ଯ୍ୟନ୍ତ ସମସ୍ତ ସଂଘର ପଦବୀ ଧାରୀ ମାନଙ୍କ ପଦବୀ ପୁନର୍ଗଠନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଓ ବ୍ଲକ୍ କୁ ନିର୍ଦେଶ ଆସିଛି। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ମିଶନ ଶକ୍ତି ବିଭାଗ ସଚିବ ସାଲିନି ପଣ୍ଡିତ ଏନେଇ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି। ମିଶନ ଶକ୍ତି ମନ୍ତ୍ରୀ ତଥା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ଯ ଗଣ ମାଧ୍ୟମରେ ସୁଚନା ଦେଇଛନ୍ତି। ସମସ୍ତ ସଂଘ ପୁନର୍ଗଠିତ ହେବ, ବିଜେଡ଼ି ସେମାନଙ୍କୁ ପଦବୀ ନେଇ ଭୋଟ ବ୍ୟାଙ୍କ୍ ବନାଇ ଥିଲା। ଦଳୀୟ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ପଦବୀ ଧାରୀ ମହିଳା। ଦୀର୍ଘ ବର୍ଷ ହେବ ନିଜ ପଦବୀ ମାଡ଼ି ବସିଛନ୍ତି। କେତେକ ବାହୁବଳୀ ନେତାଙ୍କୁ ଧରମ ଭାଈ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି। ବିଶେଷ କରି ସିଆରପି ଓ ଏମବିକେ ନିଯୁକ୍ତିରେ ମହାସଂଘ ସଭାନେତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା କାରବାର କରିଛନ୍ତି। ତାଙ୍କ ସହିତ ସ୍ଥାନୀୟ ନେତା ଓ ମିଶନ ଶକ୍ତି ବିପିସି ବିପିଏମ ମଧ୍ଯ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ। ସବୁ ଦୃଷ୍ଟିରୁ ନଜର ରଖି ସାରା ରାଜ୍ୟରେ ଏହାକୁ ପୁନର୍ଗଠନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଯାହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କିନ୍ତୁ କେତେକ ଅସାଧୁ ମହିଳା ସଭାନେତ୍ରୀ ମାନଙ୍କ ଛାତିରେ ଛନକା ପଶି ଯାଇଛି। ଲକ୍ଷ ଲକ୍ଷ ହଡ଼ପ କରୁଥିବା ଯୋଗୁଁ ସେମାନଙ୍କ ଆଖିରେ ଆଉ ନିଦ ନାହିଁ। ପଦବୀ ଯିବା ଲୋଭରେ ସେମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି। ପଞ୍ଚାୟତ ମହାସଂଘ ସଭାନେତ୍ରୀ ଓ ବ୍ଲକ୍ ସଭାନେତ୍ରୀ ମାନେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଅନିୟମିତତା କରିଥିବା ମଧ୍ଯ ଅଭିଯୋଗ ହେଉଛି। ସବୁର ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
