ବ୍ୟାସନଗର ପୌର ପରିଷଦରେ ବିଜେଡି ଶାସନରେ ଦୁର୍ନୀତି ଅଭିଯୋଗ

ଯାଜପୁର ରୋଡ଼ ହୋଟେଲ ରୟାଲ କଳିଙ୍ଗରେ ସମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି l ପ୍ରକାଶ ଯୋଗ୍ୟ ବ୍ୟାସନଗର ସହରରେ ଏବେ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ବିଶେଷ ଭାବରେ ଡ୍ରେନେଜ, ରାସ୍ତା, ପରିମଳ ଓ ଷ୍ଟ୍ରିଟଲାଇଟ ସମସ୍ୟା ଦେଖିବାକୁ ମିଳୁଛି l ଏହା ଛଡା ସହରରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ବ୍ୟାପକ ପିସି କାରବାର ହେଉଛି l ଯାହା ଫଳରେ ସହର ବିକାଶ ଉପରେ ବାଧକ ସାଜିଥିବାଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି l ଏହା ଛଡା ବାରମ୍ବାର ବିଜେଡି ବିଜେଡି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ଫଳରେ ସହର ବିକାଶରେ ବାଧକ ସାଜୁଛି l ତେବେ ଏହା ଉପରେ ରୋକ ନଆଣିଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବ୍ୟାସନଗର ବିଜେପି ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ l ଏହି ସାମ୍ୱାଦିକ ସମ୍ମିଳନୀରେ ଯାଜପୁର ରୋଡ଼ ର ଅନେକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *