ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ ତା ୦୯-୦୪-୨୫ ଜଟଣୀ ସନ୍ନିକଟ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେ଼ଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶତ୍ରୁଘନ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ଦାସ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ନେତା ଶ୍ରୀ ଦୁର୍ଯ୍ୟୋଧନ ସାହୁ ଉତ୍ସନରେ ପୌରହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ମନୋରଞ୍ଜନ ମହାରଣା ଓ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ , ଗଡମୋଟରୀ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ଜେନା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା କାର୍ଯ୍ୟକ୍ରମ କରାଯାଇଥିଲା ।ବିଦ୍ୟାଳୟ ପକ୍ଷରୁ ଶିକ୍ଷୟିତ୍ରୀ ତଥା ସୁଲେଖିକା ସରୋଜିନୀ ଜେନାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହରିପୁର କ୍ଳଷ୍ଟର ପକ୍ଷରୁ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ଉତ୍ତରୀୟ ଓ ଶ୍ରୀ ଫଳ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପକ୍ଷରୁ ହରିପୁର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାମ୍ବାଦିକ ତଥା ସାହିତ୍ୟକ ନିଳାମ୍ବର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁଲେଖିକା ତଥା ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜଟଣୀରୁ ସ୍ଵାତନ୍ତ୍ର ପ୍ରତିନିଧି

Leave a Reply

Your email address will not be published. Required fields are marked *