ଆୟୁଷ୍ମାନ କାର୍ଡର ଶୁଭାରମ୍ଭରେ ସୋରଡ଼ା ବ୍ଳକ ତରଫରୁ 4025 ଜଣ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଗଲା

Date -11/04/2025Place- ସୋରଡ଼ା ରାଜ୍ୟରେ ଗୁଣାତ୍ମକ ଚିକିତ୍ସାକୁ ସୁନିଶ୍ଚିତ କରାଇବା ଉଦେଶ୍ୟ ରେ ଆଜି ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କଟକ ବାଲିଯାତ୍ରା ପଡିଆ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରୀ ଜେ. ପି. ନଡ୍ଡା ଶୁଭାରମ୍ଭ କରିଛନ୍ତି ,ଏହା ଦ୍ଵାରା ରାଜ୍ୟ ର ସାଢେ ତିନି କୋଟି ଲୋକ ଉପକୃତ ହେବେ ସହ ସେମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ଟରଖାନାରେ ଚିକିତ୍ସା ସୁବିଧା ପାଇବାର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି |ଏହି ଯୋଜନା କୁ ପ୍ରତ୍ୟେକ ବ୍ଳକ ସ୍ତରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଗୁଡିକ ରେ ଆୟୁଷ୍ମାନ ଆରୋଗ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ର ପାଞ୍ଚଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଗାଜଲବାଡ଼ି, ଗୋଛା, ଗୌଡ଼ ଗୋଠ, ବଡବଦାଙ୍ଗି ଓ ସିଦ୍ଧପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ର ରେ ରେ 4025 ଜଣ ହିତାଧିକାରୀ ଙ୍କୁ ପ୍ରଥମ ପର୍ଯ୍ୟାୟ ରେ ବଣ୍ଟନ କରାଯାଇଛି | ଆୟୁଷ୍ମାନ କାର୍ଡ ସାରା ଦେଶରେ କାର୍ଯ୍ୟକ୍ଷମ ହେବା ନେଇ ହିତାଧିକାରୀ ମନେ ଖୁସି ବ୍ୟକ୍ତ କରିବା ସହ ମହିଳା ମାନଙ୍କୁ ଅତିରିକ୍ତ 5ଲକ୍ଷ ଟଙ୍କା ର ସୁବିଧା ଥିବା ଯୋଗୁଁ ସେମାନେ ମଧ୍ଯ ଖୁସି ହୋଇ ଡବଲ ଇଂଜିନ ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି |

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *