ପେଟ୍ରୋଲ,ଡିଜେଲ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ “ଆପ୍” ର ପ୍ରତିବାଦ*

ବ୍ରହ୍ମପୁର ଏପ୍ରିଲ 11,ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲ,ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ଆପ୍ ତରଫରୁ ଆଜି ପ୍ରତିବାଦ କରାଯାଇଛି l ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ ଯୋଗୁଁ ଜନତା ଜର୍ଜରିତ ଥିଲାବେଳେ, କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ପଚାଶ ଟଙ୍କା ବୃଦ୍ଧି କରି ରୋଷେଇ ଶାଳକୁ ସିଧା ମାଡ଼ କରିଛନ୍ତି l ଠିକ ସେହିପରି ପେଟ୍ରୋଲ, ଡିଜେଲ ଦର ଦୁଇ ଟଙ୍କା ବୃଦ୍ଧି ଯୋଗୁଁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ ଏବଂ ଦରଦାମ ଅତ୍ୟଧିକ ବଢ଼ିବ l ଗତ ବର୍ଷ ଏପ୍ରିଲ ମାସରେ ଆନ୍ତର୍ଜାତୀୟ ସ୍ତରରେ ବିଶୋଧିତ ତୈଳ ଦର ବ୍ୟାରେଲ ପିଛା 86 ଆମେରିକୀୟ ଡଲାର ଥିଲାବେଳେ ଆଜି 60 ଡଲାର ଅଛି, ତେଣୁ ତୈଳଦର ହ୍ରାସ କରିବା ବଦଳରେ ସରକାର ଦରବୃଦ୍ଧି କରି ଲୋକଙ୍କ ପକେଟରୁ ଲୁଟ କରୁଛନ୍ତି ,ଅନ୍ୟ ଦିଗରେ ତାଙ୍କର କିଛି କାର୍ପୋରେଟ ବନ୍ଧୁଙ୍କ ଷୋଳ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରି ଅର୍ଥ ବ୍ୟବସ୍ଥାକୁ ରସାତଳଗାମୀ କରି ଦେଇଛନ୍ତି lତେଣୁ ପାର୍ଟି ତରଫରୁ ଜିଲ୍ଲା ଆବାହକ ସୁବାଷ ରାଉତ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ରଥ ସରକାରଙ୍କ ଜନ ମାରଣା ନୀତିକୁ ତୀବ୍ର ବିରୋଧ କରି ତୁରନ୍ତ ଉଜ୍ୱଳା ଯୋଜନା, ଏବଂ ଘରୋଇ ରନ୍ଧନ ଗ୍ୟାସ୍‌ ବୃଦ୍ଧି ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି l ଚଳିତ ମାସ ପ୍ରଥମ ସପ୍ତାହରେ କେନ୍ଦ୍ରର ମୋଦୀ ସରକାର ସଂସଦୀୟ ଅଧିବେଶନରେ ୱାକଫ ବିଲକୁ ସଂଶୋଧନ କରି ଆଇନରେ ପରିଣତ କରି ସଂଖ୍ୟାଲଘୁ ମୁସିଲିମ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି l ଗରୀବ ମୁସଲମାନଙ୍କ କଥା କହି ତାରି ଆଢୁଆଳରେ ୱାକଫ ବୋର୍ଡର କ୍ଷମତାକୁ ସଂକୁଚିତ କରି,ସରକାରୀ ନିୟମରେ ବିବାଦୀତ ଜମିକୁ ହାତେଇବା ପାଇଁ ନିୟମ ଆଣିଛନ୍ତି l ଏହାଛଡା ବୋର୍ଡ ଅଧୀନରେ ଥିବା ଜମିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ଯେଉଁ ମସୁଧା କରୁଛନ୍ତି,ତାହା ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷ ବିଚାର ରଖୁଥିବା କୌଣସି ଭାରତୀୟ ବରଦାସ୍ତ କରିବେ ନାହିଁ l ତେଣୁ ଆପ୍ ସହ ସମସ୍ତ ବିରୋଧୀ ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି ଏବଂ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇ ବିଲ୍‌କୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି l ଆଜିର ପ୍ରତିବାଦ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ରଥ, ଆବାହକ ସୁବାଷ ରାଉତ,ଲିଗାଲସେଲ ସଭାପତି କୈଳାଶ ସେଠୀ, ମାନସ ଦାସ,ସୁନୀଲ ଆଚାର୍ଯ୍ୟ,ହିମାଂଶୁ ସାହୁ,ସତୀଶ ପାତ୍ର,ଡ଼. ଏମ. ସରିଫ, ଏବ୍ରାହାମ ବେଗ,ଏମଡ଼ି ତାହିଁର, ଏମଡ଼ି ଫାୟେଜ଼, ସୁଦର୍ଶନ ମଲ୍ଲିକ, ନିରଞ୍ଜନ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *