ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦେହାନ୍ତ
ତିହିଡି ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ଭୋଇ ବୟସ ୬୫ ଙ୍କର କାଲି ରାତି ୧୦ ଟା ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା ସେ ଦୁଇ ଦୁଇ ଥର ଅଚକ ପଞ୍ଚାୟତର ସରପଞ୍ଚ ଥିଲେ। ଏଥିସହିତ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ରହି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ତାଙ୍କ ମରଶରୀରକୁ ଅଚଳ ଗ୍ରାମକୁ ଅଣାଯାଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ତାଙ୍କ ବିୟୋଗରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ରାଜୁ ଦାସ, ମୁକ୍ତିକାନ୍ତ ମଣ୍ଡଳ, ସମାଜସେବୀ ଗଣେଶ ବିଶ୍ଵାଳ, ବର୍ତ୍ତମାନର ଚେୟାର ମ୍ୟାନ ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ସଭାପତି ରଘୁନାଥ ପଣ୍ଡା, ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡା , ବସନ୍ତ ନାୟକ , ସୁଧନ୍ୟା ନାୟକ, ସୁବାସ ଚନ୍ଦ୍ର ନାଥ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ରିପୋର୍ଟ ::ପୁନିଲ କୁମାର ସାମନ୍ତ।
