ଏକ ନୂତନ ଅଭିନବ ପ୍ରୟାସ ବିଦ୍ଯାଳୟ ରେ ପିଲାଙ୍କ ଦ୍ବାରା ଚାଲୁଛି ଚିଲ୍ଡେନ୍ ବ୍ୟାଙ୍କ ଶିକ୍ଷା।
ଫୁଲବାଣୀ::-୧୨/୦୪ କଥାଟି ଟିକିଏ ନୂଆ ଲାଗୁଥିଲେ ମଧ୍ଯ ସତ। ଏହି ପରି ଏକ ପ୍ରକଳ୍ପ ମାଧ୍ଯମ ରେ ପିଲାଙ୍କୁ ଶିକ୍ଷା ଦେଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧୀନସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ ବାରିକୁମ୍ପା କାର୍ଯ୍ୟରତ ଥିବା ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର। ଶିକ୍ଷା ରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କରାଯାଉଛି,ସେସବୁ ର ଉଦ୍ଦେଶ୍ଯ ହେଲା,ପିଲାଙ୍କ ମୌଳିକ ସ୍ତରର ଶିକ୍ଷା କୁ ସୁଦୃଢ଼ କରିବା। ଏହି ପରି ଏକ ଲକ୍ଷ୍ଯ କୁ ଆଧାର କରି ପିରାମଲ ଫାଉଣ୍ଡେସନ ତରଫରୁ project based learning (PBL) ପରି ଏକ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା କିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ରେ କରାଯାଉଛି।ଏହା ମାଧ୍ୟମରେ ପିଲାମାନେ ପ୍ରକଳ୍ପ ପ୍ରସ୍ତୁତ କରିବା ଶିଖିବା ସହିତ ନିଜ ସହିତ ହେଉଥିବା ସମସ୍ୟା ର ପନ୍ଥା ଆବିଷ୍କାର କରିପାରିବେ। ଏହାକୁ ଆଧାର କରି ଜୀତୀୟ ଶିକ୍ଷା ନୀତି ୨୦୨୦ ର ଲକ୍ଷ୍ଯ ପୂରଣ ସକାଶେ ବିଦ୍ୟାଳୟ ରେ ଏକ ବ୍ୟାଙ୍କ ପ୍ରକଳ୍ପ କରି, ସେଥିରେ ପିଲାମାନଙ୍କୁ ମିଳୁଥିବା ପକେଟ୍ ଖର୍ଚ୍ଚ ରୁ କିଛି ସଞ୍ଜୟ କରିବାପାଇଁ,ପିଲାମାନଙ୍କୁ ପ୍ରଥମେ ଗୀତ,ନାଚ ଇତ୍ୟାଦି ମାଧ୍ୟମରେ ପିଲାମାନଙ୍କ ମଧ୍ଯରେ ଆଗ୍ରହ ସ୍ରୁଷ୍ଟି କରାଇ ବିଦ୍ୟାଳୟ ରେ children’s Bank କୁ ଆରମ୍ଭ କରି,ପିଲାଙ୍କୁ ଏହାର ପରିଚାଳନା ଦେଲେ।ଦେଖାଗଲା ଯେ ପିଲାମାନଙ୍କ ଆଗ୍ରହ ସ୍ରୁଷ୍ଟି ହେବା ସହିତ ପିତା ମାତା ମଧ୍ଯ ସମର୍ଥନ କଲେ।ଏହି ପରି କାର୍ଯ୍ଯ ପିରାମଲ ଫାଉଣ୍ଡେସନ ର କର୍ମୀ ଶ୍ରୀ ଦିଲିପ ପଟେଲ ଦେଖିଥିଲେ,ଏହାକୁ ପାଇଲଟ ପ୍ରୋଜେକ୍ଟ ମାଧ୍ଯମ ବ୍ଲକ ର ନଅଗୋଟି ବିଦ୍ୟାଳୟ ମାନଙ୍କ ରେ କରିବା ପାଇଁ ଏକ ଓରିଏଣ୍ଟେସନ କାର୍ୟ୍ଯ କ୍ରମ କରାଯାଇ ଥିଲା। ଦେଖାଗଲା ଯେ ଏହି କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟ ରେ ସଫଳ ହୋଇଥିଲା। ଏହି ବ୍ୟାଙ୍କ ପ୍ରକଳ୍ପ ମାଧ୍ଯମ ରେ ପିଲାମାନେ ମିଶାଣ, ଫେଡାଣ,ତାରିଖ,ମାସ,ଶ୍ରୁଙ୍ଖଳା, ସଫାସୁତୁରା ଇତ୍ଯାଦି ଶିକ୍ଷା ଅତି ସହଜରେ ପଢ଼ିବା ସହିତ passbook updates, ଜାଣିପାରୁଚନ୍ତି। ଯେଉଁ ମାନଙ୍କ ଅଧିକ ଜମା ରାଶି ହେଉଛି, ସେମାନଙ୍କର ଜମାରାଶି ସୁଧାଂଶୁ ଶେଖର ମିଶ୍ର ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ରେ ମାଇନର ଆକାଉଣ୍ଟ ଖୋଲି ଜମା କରାଇ ଦିଅନ୍ତି।
