ପୁଣି ଜାତୀୟ ରାଜପଥ ୫୫ରେ ଡକାୟତି


କାମାକ୍ଷାନଗର,୧୫/୧୧- ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଜାତୀୟ ରାଜପଥ ୫୫ ପାଲଟିଛି ଚୋର ଡକାୟତଙ୍କ ଚରାଭୂମି । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ର ଇପିଟାଟା‌ ଛକ ଠାରେ ଏକ ବୋଲେରୋ ଗାଡ଼ିରେ ଚାରି ଜଣ ଦୁର୍ବୁତ୍ତ ଆସି ନର୍ଭେରାମ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ଙ୍କ ଠାରୁ ଲୁଟ ହୋଇଛି । ସୂଚନା ଅନୁସାରେ କର୍ମଚାରି ଙ୍କ ବାକି ଥିବା ପାଉଣା ନେଇ ଯାଉଥିବା ପ୍ରାୟ ଅଢେଇ ଲକ୍ଷ ଟଙ୍କାକୁ ବନ୍ଧୁକ ମୁଣ୍ଡରେ ଲଗାଇ ଟଙ୍କା ଛଡ଼ାଇ ନେଇଥିଲେ ।ଉକ୍ତ ବ୍ୟକ୍ତି ସଦର ଥାନା ରେ ଜଣାଇ ଥିଲେ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ତନାଘନା ଜାରି ରଖିଛି । ଲୁଟ ହୋଇଥିବା ସ୍ଥାନ ଟି ସଦର ଥାନା ଠାରୁ ମାତ୍ର ୨୦୦ରୁ ୩୦୦ ମିଟର ମଧ୍ୟରେ ହୋଇ ଥିଲେ ମଧ୍ୟ , ଅପରାଧୀ ମାନେ ପୋଲିସ ଙ୍କୁ ଖୋଲା ଚାଲେଞ୍ଜ ଦେଉଛନ୍ତି । ଡକାୟତି ଉଦ୍ୟମକୁ ନେଇ ଯାଉ ଥିବା ଯାତ୍ରୀ ଙ୍କ ମଧ୍ୟରେ ଭୟ ଖେଳି ଯାଇଛି, ଲୋକମାନେ ବଢୁଥିବା ବ୍ରାଉନ ସୁଗାର ବେପାର କୁ ଦାୟୀ କରୁଛନ୍ତି ।ନିଶା ଖାଇବା ଲାଗି ଯୁବକ ମାନେ ଡକାୟତି, ଚୋରି ରାହାଜାନି କରିବାକୁ ପଛାଉ ନାହାନ୍ତି ଓ haiway ପେଟ୍ରୋଲିଙ୍ଗକୁ ଆହୁରି କଡାକଡି କରିବାକୁ ଅନୁରୋଧ କରିଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *