ଦୁଇ ସାଇବର ଅପରାଧୀ ଗୁଜୁରାଟ ରୁ ୨ଗିରଫ
ବ୍ରହ୍ମପୁର :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳ ପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଲୁଟିନେବା ଘଟଣା ରେ କ୍ରାଇମ୍ ବ୍ରାଞ୍ଚର ସାଇବର ଶାଖା ଓ ବ୍ରହ୍ମପୁର ପୁଲିସ କୁ ସଫଳତା ମିଳିଛି l ଘଟଣାରେ ବ୍ରହ୍ମପୁର ସାଇବର ଥାନାର ସ୍ୱତନ୍ତ୍ର ଟିମ ଗୁଜୁରାଟ ରୁ ଦୁଇ ଜଣ ସାଇବର ଅପରାଧୀ ଙ୍କୁ ଗିରଫ କରିଛି l ସେମାନେ ହେଲେ ଗୁଜୁରାଟ ଭାବାନଗର ନୀଲମ୍ବାଗ ଥାନା ଅନ୍ତର୍ଗତ ତଲଜା ରୋଡ଼ ହିଲ ଡ୍ରାଭର ଅଞ୍ଚଳର ଭ୍ରୁତେୟା କେନିଲ ଜୌ ମୁଖ ଭାଇ (୨୩) ଭାବାନଗର ଭାଗବଟି ମଣ୍ଡଳର ଆକବର ହାଇଟ୍ୱ ୪୦୨ନିବାସୀ ବିଶ୍ୱଜିତ ମନ ହ ଗୋହିଲ (୨୧) ବିଭିନ୍ନ ବ୍ୟାକ୍ତିଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରି ପରେ ସେମାନଙ୍କୁ ବ୍ଲାକ ମେଲ୍ କରି ବଡ ରକମ୍ର ର ଅର୍ଥ ଆଦାୟ କରିବା ଭଳି ଅପରାଧୀ ରେ ଏହି ଗ୍ୟାଙ୍ଗ ସଂପୃକ୍ତ ଥିବା ଜଣା ପଡିଛି ବ୍ରହ୍ମପୁର ପୁଲିସ ଓ କ୍ରାଇମ୍ ବ୍ରାଞ୍ଚର ସାଇବର ଶାଖାର ସ୍ୱତନ୍ତ୍ର ଟିମ୍ ସୁରାକ ପାଇ ଗୁଜୁରାଟ ଯାଇ ଘଟଣାରେ ସମ୍ପୁକ୍ତ ଉପରୋକ୍ତ ଦୁଇ ଜଣ ଗତ ୮ତାରିଖ ଗିରଫ କରିଥିଲେ l

ଉଭୟ ଅଭିଯୁକ୍ତ ଙ୍କୁ ସ୍ଥାନୀୟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇ ଥିଲା ଟ୍ରାଞ୍ଜଟ ରିମାଣ୍ଡ ରେ ବ୍ରହ୍ମପୁର ଅଣା ଯାଇଥିଲା l ଅଧିକ ଜେରା କରିବା ପରେଶ ନିବାର ଉଭୟ ଙ୍କ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିଲା l ଜେରା ସମୟରେ ଉଭେୟ କେବଳ ମଧ୍ୟମ ଏବଂ ସେମାନଙ୍କୁ ମାତ୍ର କିଛି କମିଶନ ନଦେଇ ଅନ୍ୟମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଙ୍କ ଠାରୁ ସଂ ଗୃହିତ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି l
