ଦଶୀପୁର ଶିବ ମନ୍ଦିରରେ ୮ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ

କାମାକ୍ଷାନଗର,୧୫/୧୧/୨୧-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଚନ୍ଦ୍ରଶେଖର ଶିବ ମନ୍ଦିରରେ ଆଜିଠାରୁ ୮ତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି ।ଆଜି କାର୍ତିକ ମାସ ପଞ୍ଚୁକ ସୋମବାର ପ୍ରଥମ ଦିନରେ ଗାଁର ବଡ଼କଟା ଠାରୁ ଏକ ବିରାଟ କଳସୀ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ମନ୍ଦିର ଯାଇ କଳସୀ ସ୍ଥାପନ କରିଥିଲେ ।ଏହାପରେ ଆଜିଠାରୁ ୫ଦିନ ଧରି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ।ଗ୍ରାମ ଓ ବିଶ୍ୱର ମଙ୍ଗଳ କାମନା ଉଦ୍ଧେଶ୍ୟରେ ଏହି ଯଜ୍ଞ ରୀତି ନୀତି ରେ କାର୍ୟ୍ଯ ହେଉଅଛି ।ନାମ ସଂକୀର୍ତ୍ତନ ରେ ମନ୍ଦିର ପରିବେଶ ଉତ୍ସବିମଖରିତ।ଯଜ୍ଞ ମୁଖ୍ୟ ପୁରୁଧା ଭାବେ ପଣ୍ଡିତ ଯଜ୍ଞେସ୍ୱର ମିଶ୍ର,ପ୍ରମୁଖ ସହଯୋଗ କରିଥିଲେ ପଣ୍ଡିତ ଶ୍ରୀବତ୍ସବ ମିଶ୍ର,ଶୁଭେନ୍ଧୁ ଦାସ ।ଯଜ୍ଞ କର୍ତା ଚିତରଂଜନ ଦାସ,ପୁଷ୍ପାଞ୍ଜଳି ଦାସ ପୂଜା କାର୍ୟ୍ଯ ସମ୍ପର୍ଣ୍ଣ କରୁଛନ୍ତି ।ଦଶୀପୁର,କୁସୁମୁଣ୍ଡିଆ, ଗୁରୁଜାଙ୍ଗୁଲି, କାଉଁସିନାଳୀ ଗ୍ରାମର ଜନସାଧାରଣ ସହଯୋଗ କରୁଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *