ସେବା ଦ୍ବାରା ସ୍ୱଚ୍ଛତା ପକ୍ଷ ପାଳନ


ନୟାଗଡ଼ ତା ୧୫.୧୧.୨୦୨୧ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପରିସରରେ ଆଜି ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି ।ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା ଭୁବନେଶ୍ୱର ଙ୍କ ପରାମର୍ଶ କ୍ରମେ ସ୍ୱଚ୍ଛତା ପକ୍ଷ ପାଳନର ଶୁଭାରମ୍ଭ ହୋଇ ଅଛି ।ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ନେତୃତ୍ୱରେ ତଥା ସେବା ପରିବାର ପରାମର୍ଶ କେନ୍ଦ୍ର ଓ ସେବା ସ୍ଵଧାର ଗୃହ ର ମିଳିତ ଉଦ୍ୟମରେ ଆୟୋ ଜିତ ଏକ ଉତ୍ସବ ରେ ସେବାର ବିଭିନ୍ନ ପ୍ରକଳ୍ପ ରେ କାର୍ଯୟରତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ସ୍ୱଚ୍ଛତା ର ଶପଥ ପାଠ କରାଇବା ସହ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ସେବା ପରିସରକୁ ସଫକାଇଥିଲେ ।ମାନସିକ ଅନଗ୍ରସର ଶିଶୁ ମାନଙ୍କ ଦ୍ବାରା ଲଗା ଯାଇଥିବା ଫଳ ବଗିଚା ରେ ନୂତନ ଚାରା ରୋପଣ ସହ ବଗିଚା ସଫା ଓ ନିକଟ ସ୍ଥ ରାସ୍ତା ର ଉଭୟ ପାର୍ଶ୍ୱ ସଫା କରି ଥିଲେ ।ଅପରାହ୍ନରେ ଶିଶୁ ଅନ୍ତେବାସୀ ଙ୍କ ଦ୍ଵାରା ସ୍ୱଚ୍ଛତା ସମ୍ପର୍କିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତି ଯୋଗି ତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ପ୍ରଧାନ, ସୁଚିଶ୍ମିତା ସାହୁ, ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ବୈକୁଣ୍ଠ ନାଥ ମହାପାତ୍ର, ସାଗରୀ କା ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”ନୟାଗଡ଼।

Leave a Reply

Your email address will not be published. Required fields are marked *