ବଡ଼ ବାରବା ବନାଞ୍ଚଳ କୁ ମିଳିଲା ବଡ ସଫଳତା

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ସବନମ୍ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ବନପାଳ ଅଜିତ କୁମାର ପ୍ରଧାନ, ଋଣବା ବନରକ୍ଷୀ ଅକ୍ଷୟ କହଁର,ବାଦଗଡ ବନରକ୍ଷୀ ବିକାଶ ମଲିକ ଓ ବନ୍ୟପ୍ରାଣୀ ସୁରକ୍ଷା କର୍ମୀ ଙ୍କୁ ଧରି ରାତ୍ରି ପେଟ୍ରୋଲିଂ କରୁଥିବା ସମୟ ରେ ରାତ୍ର ପ୍ରାୟ 2 ଟା ସମୟ ରେ ରଣବା ଅଞ୍ଚଳ ରେ ଏକ

ଧଳା ରଙ୍ଗ ର ପିକଅପ୍ ଭେନ୍ ରେ ଶାଗୁଆନ କାଠ ଗଣ୍ଡୀ ଯାଉଥିବା ଦେଖି ଗାଡ଼ି ର ପିଛା କରି ଘାଟି ଖାରିଗୁଡ଼ା ଠାରେ ଗାଡ଼ି କୁ ଜବତ କରିବାରେ ସଫଳ ହୋଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ରାତ୍ରି ର ସୁଯୋଗ ନେଇ ଘଟଣା ସ୍ଥଳ ରେ ଗାଡ଼ି ଛାଡି ଡ଼୍ରାଇଭର ଫେରାର ହେବାରେ ସଫଳ ହୋଇଥିବା ବେଳେ ଅଦ୍ୟ 13/4/25 ରେ ଏକ କେସ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀମତୀ ସାହୁ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *