ବାଲି ମାଟି ମାଫିଆ ଲୋଲୁପ ଦୃଷ୍ଟି
ବାଲି ପରେ ମାଟି ଚୋରି । ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ମାତିଛନ୍ତି ମାଟି ମାଫିଆ । ଦେବୀ ନଦୀ ପଠା ହେଉ ଅବା ସରକାରୀ ଓ ଗୋଚର ଜମିରୁ ଦିନରାତି ଅହରହ ମାଫିଆ ମାନେ ମାଟି ଲୁଟ କରୁଥିବା ବେଳେ ପ୍ରଶାସନ ନିରବ। ପ୍ରଶାସନର ନିରବତାରେ ଅସ୍ତିତ୍ୱ ହରାଇବାକୁ ବସିଲାଣି ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ଥିବା ଅନେକ ସରକାରୀ ଓ ଗୋଚର ଜମି । ରାଜ୍ଵସ ବିଭାଗ ନାକ ତଳେ ଚାଲିଛି ବେଆଇନି ମାଟି ଲୁଟ। ଜେସିବି ଓ ଟ୍ରାକ୍ଟର ଲଗାଇ ବେଧଡକ ଭାବେ ଖୋଳି ଚାଲିଛନ୍ତି ମାଟି ମାଫିଆ । ଦଲାଲଙ୍କ ପକେଟ ଗରମ ହେଉଥିବା ବେଳେ ଦୁର୍ବଳ ହେଉଛି ଦେବୀ ନଦୀପଠା । ରବିବାର ଦିନ ଛୁଟି ଦିନର ସୁଯୋଗ ନେଇ ଅସ୍ତରଙ୍ଗ ରେ ମାଟି ଚୋରା ଚାଲାଣ ହେଉଥିବା ବେଳେ ଅସ୍ତରଙ୍ଗ ପୁଲିସ ଚଢ଼ାଉ କରି ୧୦ଟି ଟ୍ରାକ୍ଟର କୁ ଜବତ କରିଛି କିନ୍ତୁ କାହିଁକି ଟ୍ରାକ୍ଟର ଚାଳକ ଙ୍କୁ ଅଟକ ରଖିନାହିଁ ତାହା ପ୍ରଶ୍ନବାଚୀ । ଅନ୍ୟ ପଟେ ଖଣିଜ ମନ୍ତ୍ରୀ ବିଭୁତିଭୂଷଣ ଜେନା କହିଛନ୍ତି ଜିଲ୍ଲାପାଳ, ତହସିଲଦାର ଙ୍କୁ ଚୋରା ଚାଲାଣ ରୋକିବାକୁ ନିର୍ଦ୍ଧେଶ ଦିଆଯିବା ସହିତ ପୋଲିସ ନିୟୋଜିତ ହୋଇଛନ୍ତି । ଚୋରା ଚାଲାଣ କାରୀଙ୍କ ଉପରେ କଡା ନଜର ରଖିବା ସହ ତୁରନ୍ତ ଆକ୍ସନ ନେବାକୁ କୁହାଯାଇଛି। ଅସ୍ତରଙ୍ଗ ପୋଲିସ ଟ୍ରାକ୍ଟର ଅଟକ ରଖିଥିବା ବେଳେ କାହିଁକି ଗାଡିଚାଳକ ଙ୍କୁ ଖସାଇଦିଆଯାଇଛି ତାହା ପ୍ରଶ୍ନବାଚୀ । ପ୍ରଥମେ ବାଲି ପରେ ଏବେ ମାଟି ଚୋରା ଚାଲାଣ, ସୁପ୍ତ ହେବାକୁ ଯାଉଛି ଅସ୍ତରଙ୍ଗ ଅଞ୍ଚଳ। ତେଣୁ ବେଳ ଥାଉ ଥାଉ ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଅସ୍ତରଙ୍ଗ ବାସୀ ।
