ନବକାକଳୀ ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ
15/04/25-ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଶ୍ରୀଜଗନ୍ନାଥ ମନ୍ଦିରରେ ପରିସରରେ ସାହିତ୍ୟ ପତ୍ରିକା ନବକାକଳି ଆନୁକୂଲ୍ୟରେ ଓଡ଼ିଆ ନବ ବର୍ଷ ଓ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅନୁଷ୍ଠାନର ସଭାପତି ସୁରେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଓଡ଼ିଆ ନବବର୍ଷ ର ମହତ୍ବ ବାବଦରେ ଆଲୋକପାତ କରିଥିଲେ । ବରିଷ୍ଟ ସାମ୍ବାଦିକ ଲଳିତେନ୍ଦୁ ପଲାଉରୀ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ର ରେ କୃତିତ୍ବ ହାସଲ କରିଥିବା ବିଭିନ୍ନ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
