ଶୁଭଦ୍ରା ଶକ୍ତି ସମାରୋହ ଅନୁଷ୍ଠିତ

କାକଟପୁର, ୧୫.୦୪ କାକଟପୁର ମା‘ମଙ୍ଗଳାଙ୍କ ପ୍ରସିଦ୍ଧ ଶେଷ ପାଳି ଝାମୁଯାତ୍ରା ଅବସରରେ ଲକ୍ଷାଧୂକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବହୁମୂଖୀ ଯୋଜନାର ପ୍ରଚାର ପ୍ରସାର ର ନିମନ୍ତେ ଶୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭ ସୁଭଦ୍ରା ଯୋଜନାରେ ଉପକୃତ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଦ୍ଵାରା ଆତ୍ମ ନିର୍ଭରଶୀଳ ମାଧ୍ଯମ ଗୁଡିକର ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା । ସୁଭଦ୍ରା ଯୋଜନା ସଫଳତା, ଲକ୍ଷପତି ଦିଦିଙ୍କ ସଫଳତା କାହାଣୀ, ମହିଳାଙ୍କୁ ରଣ ବ୍ୟବସ୍ଥା, ସ୍କୁଟି ଯୋଜନା ସହ ହସ୍ତଶିଳ୍ପ ମହିଳା କାରିଗରଙ୍କ କଳାକୃତି ପ୍ରଦର୍ଶନ କରାଯାଇଥିଲା । ମା ମଙ୍ଗଳାଙ୍କ ଭକ୍ତଙ୍କ ପାଇଁ ପଣା ପାଣି, ପ୍ରସାଦ ସେବନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଯାହାକୁ ମିଶନ ଶକ୍ତି ମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା ଯୋଗଦେଇ କରକମଳରେ ଉଦ୍ଘାଟନ କରିଥିଲେ।

ସମସ୍ତ ଷ୍ଟଲ୍ ବୁଲି ଦେଖିବା ସହ ପ୍ରସାଦ ବଣ୍ଟନ କରିଥିଲେ। ପୂର୍ବରୁ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମା ମଙ୍ଗଳାଙ୍କ ଦର୍ଶନ କରି ଫେରିଥିଲେ। ଏଥି ସହ ମହିଳା ମାନଙ୍କୁ ସମ୍ବୋଧନ କରିଥିଲେ। ମିଶନ ଶକ୍ତି ଆଗକୁ ପ୍ରତୀ ମହିଳା ଗ୍ରୁପ ରୁ ପୁନର୍ଗଠନ ହୋଇ ନୂତନ ଭାବେ ଗଠିତ ହେବ। କାହାରିକୁ ବାହାର କରା ଯିବ ନାହିଁ। ସମସ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବ୍ଲକ୍ ଅଧକ୍ଷ ଶ୍ରୀଧର ନାୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁ, ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ସୁରେନ୍ଦ୍ର ସେଠୀଙ୍କ ସମେତ ମିଶନ ଶକ୍ତି ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।

କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *