ପଦାରେ ପଡିଲା ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ

ପଦାରେ ପଡିଲା ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ ୨ ପୃଥକ ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା ହିଞ୍ଜିଳିକାଟୁ:-୧୫/୦୪ ରାଜ୍ୟ ବିଜେପି ଶାସନାଧୀନ ସମୟରେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ନାରୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବ୍ଳକ, ମହାନଗର ନିଗମ ସମେତ ପୈାର ପରିଷଦ ଓ ଏନଏସିରେ ୧୫ ତାରିଖରେ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା ପାଳନ କରାଯିବାର ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ୨ ପୃଥକ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ବହୁ କର୍ମୀ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶିଶୁଉଦ୍ୟାନ ପରିସରରୁ ଏକ ଏକ ମଶାଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପରିବା ବଜାର ପରିସରସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ବିଜୟ କୁମାର ପ୍ରଧାନ ଯୋଗଦେଇ ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ନାରୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ନାରୀଙ୍କୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ। କାର୍ଯ୍ୟକ୍ରମରେ ବେଣୁଧର ବିଷୋୟୀ, ପ୍ରଦୀପ କୁମାର ମହାରଣା, ଭୂବନେଶ୍ବର ନାୟକ, ନିଳାଞ୍ଚଳ ପାଣିଗ୍ରାହୀ, ରବିନ୍ଦ୍ର ବୈଠାରୁ, ସୁଶିଲ ମଲ୍ଲ, ଶତୃଘନ ନାୟକ, ଚିତ୍ରସେନ ଗୈାଡ, ଆଶିଷ ପାଢ଼ୀ, ବଳରାମ ସାହୁ, ବନମାଳୀ ସାମଲଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅନୁରୂପ ଭାବେ ପୂର୍ବତନ ହିଞ୍ଜିଳି ବ୍ଳକ କଂଗ୍ରେସ ସଭାପତି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ସ୍ଥାନୀୟ ପୈାରାଞ୍ଚଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ପରିବା ବଜାର ନିକଟରେ ପହଞ୍ଚି ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଆରଏମସି ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ରାମ ନାରାୟଣ ବିଶ୍ୱାସରାୟ, ମନୋଜ ସ୍ବାଇଁ, ଜଗନ୍ନାଥ ଗୈାଡ, ସୁରେନ୍ଦ୍ର ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ହିଞ୍ଜିଳି କଂଗ୍ରେସ ପକ୍ଷରୁ ପୃଥକ ମଶାଲ ଶୋଭାଯାତ୍ରା ପାଳନ କରାଯାଇଥିବାରୁ ଦଳୀୟ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି।

Leave a Reply

Your email address will not be published. Required fields are marked *