ଫୁଲବାଣୀ ସହର ମଧ୍ୟରେ ଥିବା ଖଲିଆ ବନ୍ଧ ଓ ପିଅନପଡା ବନ୍ଧ ସଫେଇ କେବେ ।
କନ୍ଧମାଳ ତା ୧୫/୦୪/୨୦୨୫ ଫୁଲବାଣୀ ସହର ମଧ୍ୟରେ ଥିବା ଖଲିଆ ବନ୍ଧ ପାଣି ଅ।ଜକୁ ବହୁ ବର୍ଷ ହେଲା ସଫେଇ ହୋଇନାହିଁ । ଫଳରେ ପଖରିରେ ଥିବା ପାଣି ପଚକ। ହୋଇ ଦୁର୍ଗନ୍ଧ ବାହାରୁଛି । ପାଣି ଦୁର୍ଗନ୍ଧ ହେବାରୁ ସେଇ ପଟେ ଯାଉଥିବା ଲୋକଙ୍କ ନାକ ଫାଟି ଯାଉଛି । ଆଯାକୁ ପ୍ରାୟ ୫୦ ବର୍ଷ ତଳେ ଏହି ପାଣିରେ ଲୋକ ମାନେ ଗାଧ।ଉଥିଲା । କିନ୍ତୁ ସେହି ପାଣିରେ ଲୋକ ଗୋଡ଼ ବୁଡ଼େଇ ବାକୁ ନାରାଜ ହିଉଛନ୍ତି । ଉକ୍ତ ପାଣିକୁ ପୂର୍ବରୁ ଜିଲ୍ଲାରେ କୌଣସି ସରକାରୀ ଚାକିରୀ ବିଶେଷ କରି ପୋଲିସ , ଆର୍ମି ଓ ଦମକଳ, ଚାକିରି ପାଇଁ ପରୀକ୍ଷା ଦେଉଥିବା ପିଲାମାନ ଙ୍କୁ ଏହି ବନ୍ଧରେ ଫିଯିକ।ଲ ପରୀକ୍ଷା ପାଇଁ ପଂହ ରିବାକୁ ପଡୁଥିଲା ଓ କେତେ ପିଲାଙ୍କ ଚାକିରି ଏହି ବନ୍ଧର ରୁ ହୋଇଥିଲା । ଏବେ ଏହି ବନ୍ଧକୁ ନେଇ ଭାରତୀୟ ଆମ ଆଦମୀ ପାର୍ଟି ର ଜିଲ୍ଲା ସମ୍ପାଦକ ଶ୍ରୀ ଗିରିଶ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି । ଏହି ବନ୍ଧ ଯାହା ଅଧୀନରେ ଥାଉନା କାହିଁକି? ଏହାରି ଉପରେ ଜିଲ୍ଲାପାଳ କିମ୍ବା ସରକାରଙ୍କ ନଜର ପଡୁନାହିଁ କାହିଁକି? ସହରରେ ଥିବା ଅନ୍ୟ ବନ୍ଧ ଗୁଡ଼ିକ ପତି ହୋଇଗଲାଣି ।ଏହି ପରିକି? ସହରର ମୁଖ୍ୟ ବଜାର ରେ ଥିବା ପିଅନପଡ। ବନ୍ଧ ପତି ହୋଇ ତା ପାଖକୁ ଲାଗିଥିବା ରାସ୍ତା ମଧ୍ୟ ପତି ହେବାରେ ଲାଗିଲାଣି । ବ୍ରିଜ ଭାଙ୍ଗି ପଡ଼ିଛି ତାହା ମଧ୍ୟ ତିଆରି ହୋଇ ପାରୁନାହିଁ । ପ୍ରଶାସନକୁ ଅନୁରୋଧ ଏହି ସବୁ ସମସ୍ୟା ଦୁରକଲେ ସହରବାସୀ ଉପକୃତ ହୁଅନ୍ତେ ।
