ମିଶନ ଶକ୍ତି ଗୃହ ପାଇବାରୁ ବଞ୍ଚିତ ମହିଳା ମହାସଂଘ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ହରସିଂପୁର ପଞ୍ଚାୟତର ମିଶନ ଶକ୍ତି ଗୃହ ପାଇବାରୁ ବଞ୍ଚିତ ମା’ ହରଚଣ୍ଡି ମହିଳା ମହାସଂଘ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଓ କରା ଯାଇଥିବା ସୂଚନା ମିଳିଛି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତି ଗୃହ ଯେଉଁ ସ୍ଥାନରେ ଅବସ୍ଥାପିତ ହୋଇଥିବାରୁ ଗତ ୮ ମାସ ତଳେ ଏହି ମହାସଂଘ ମନା କରିଥିଲା। ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ପାଇଁ ନୂତନ ଗୃହ ପ୍ରଦାନକୁ ନେଇ ଗତ ୦୯-୦୩-୨୧ ରିଖରେ ପ୍ରତିବାଦ କରିଥିଲେ। ଏଥିସହ ହରସିଂପୁର ପଞ୍ଚାୟତର ରାଜୀବଗାନ୍ଧୀ ସେବାଗୃହରେ ଗୋଟିଏ ଗୃହ ଯୋଗାଇ ଦେବାକୁ ଦାବି କରିଥିଲେ। ତେବେ ୮ ଦିନ ମଧରେ ସେମାନଙ୍କ ଦାବି ପୂରଣ କରାଯିବା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିଲେ ହେଁ ଏଯାବତ କୌଣସି ଗୃହ ଯୋଗାଇ ଦିଆଯାଇ ନଥିବାରୁ ମହାସଂଘର ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଓ କରିଛନ୍ତି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ଯ ସରକାରଙ୍କ ଯୋଜନା ଫିକା ପଡିଛି। ଯାହା ପ୍ରଶାସନିକ ସ୍ତରରେ ସମାଧାନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବାରି ହୋଇଛି। ମହାସଂଘର ସଭାପତି ଶ୍ରୀମତୀ ସୂତାରଙ୍କ ନେତୃତ୍ବରେ ସମ୍ପାଦିକା ରୀନାରାଣି ମଲ୍ଲିକ, ପାର୍ବତୀ ମହାଳିକ, ଝରଣାଲତା ବେହେରା, ଭାନୁମତୀ ବୀର, ଶସ୍ମିତା ନାଥ, ସୁକାନ୍ତୀ ପାଢୀ, ସମିରନ୍ ବିବି, ଅଲିଭା ଓଝା ସବିତା ପାଣ୍ଡବ ପ୍ରମୁଖ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଘେରାଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସୂଚନା ମିଳିଛି।
ରିପୋର୍ଟ :ପୁନିଲ କୁମାର ସାମନ୍ତ।
