ସୋରଡ଼ା ଅବକାରୀ ବିଭାଗ କୁ ବଡ଼ ସଫଳତା।

ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗ କୁ ବଡ଼ ସଫଳତା।ପାଖାପାଖି ଦୁଇଶହ ଲିଟର ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ ।ସୂଚନା ମୁତାବକ ସୋରଡା ଥାନ ଅନ୍ତର୍ଗତ ସୁରମଣି ଠାରେ ବେଆଇନ ଭାବରେ ବିକ୍ରି ହେଉଥିବା ବିଦେଶି ମଦ କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଚି ଅବକାରୀ ବିଭାଗ।ଗିରଫ ଅଭିଯୁକ୍ତ ହେଲେ ଧିରେନ୍ ଚୌଧୁରୀ।ଏଥିରେ ବିଅର୍ 176 ଲିଟର ଓ ଆଇଏମଏଫଏଲ 21.39 ଲିଟର ଜବତ କରିଚି ।ତେବେ ଏହି ଚଢାଉ ରେ ଭଞ୍ଜନଗର ଡିଏସ୍ପି ସ୍ଵାଧୀନ ସାହୁ ସୋରଡ଼ା ଓଆସି ଦେବସ୍ମିତା ପଣ୍ଡା ଏଏସ୍ଆଇ ସୁରେନ୍ଦ୍ର ପଣ୍ଡା ଓ ଅନ୍ୟ ଅବକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *