ସାଇ ବଚପନ୍ ପ୍ଲେ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଚର୍ଚ୍ଚିକା ବଜାର ଠାରେ ଥିବା ସାଇ ବଚପନ୍ ପ୍ଲେ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳ୍ପିତା ଜେନା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।କୋମଳ ମତି ଶିଶୁ ମାନଙ୍କୁ ଉନ୍ନତ ମନର ଶିକ୍ଷା ସହିତ, କ୍ରୀଡା, ଚିତ୍ରାଙ୍କନ, ସ୍ବାସ୍ଥ୍ୟ,ପ୍ରତି ସ୍କୁଲ ପକ୍ଷରୁ ସର୍ବଦା ଗୁରୁତ୍ଵ ଦିଆଯାଇ ଥାଏ। କୋମଳ ମତି ଶିଶୁ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ସ୍କୁଲ ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ୭ ବର୍ଷ ଭିତରେ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ସାଂଖ୍ୟ ବଢିବା ସହିତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେଇଥାନ୍ତି। ଏହି ବାର୍ଷିକ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବକ୍ତା ଭାବରେ ନିରଞ୍ଜନ ମଲ୍ଲିକ,ସମ୍ମାନିତ ଅତିଥି ଚିତ୍ତରଞ୍ଜନ ରଥ, ସାଇ ବଚପନ୍ ପ୍ଲେ ସ୍କୁଲର ସଭାପତି ସୁବର୍ଣ୍ଣ ରେଖା ସାହୁ,ଉପ ସଭାପତି ତାହିର ହୁସେନ, ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ,ପ୍ରିନ୍ସିପାଲ ରାଜଲକ୍ଷ୍ମୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସ୍କୁଲର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
