ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
କାମାକ୍ଷାନଗର୧୯/୦୪/୨୫ :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସରଙ୍ଗାଧର ଷ୍ଟାଡିଅମ ରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା l ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓଡିଶା ସରକାର ତରଫରୁ ଆୟୋଜିତ ଏହି ମେଳାରେ ଦଶ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି l ଜିଲ୍ଲା ରେ ଥିବା ଶିକ୍ଷିତ ବେକାରୀ ସମସ୍ୟା କୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଛି l ହାତରେ ଶିକ୍ଷାଗତ ଯୋଗ୍ୟତା ଓ ମନରେ ଅସୁମାରୀ ଆଶା ନେଇ ପିଲାମାନେ ଏହି ମେଳାରେ ଯୋଗ ଦେଇଛନ୍ତି l ଏହି ମେଳାରେ ମୋଟ 35 ଟି କମ୍ପାନୀ ଭାଗ ନେଇଛନ୍ତି l

ଏହି ମେଳାରେ ବହୁ ନାମୀ ଦାମୀ କମ୍ପାନୀ ଭାଗ ନେଇଛନ୍ତି l ମୁଖ୍ୟ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି, ସନ୍ନମାନିତ ଅତିଥି ଭାବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପଜିଲ୍ଲାପାଳ ଦିନମଣୀ ନାୟକ, କାମାକ୍ଷାନଗର ତହସିଲଦାର ଶୁଭଙ୍କର ମହାନ୍ତି ପହଂଚି ମେଳାକୁ ଉଦଘାଟନ କରିବା ସହ ମେଳା ବୁଲି ଦେଖିଥିଲେ l
