କାଜୁଜଙ୍ଗଲ କୁ ନେଇ ୨ ଗୋଷ୍ଠୀ ବିବାଦ

Date:19/4/25: ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ, କାଜୁ ଜଙ୍ଗଲ କୁ ନେଇ ୨ ଗୋଷ୍ଠୀ ମଧ୍ୟ ରେ ବିବାଦ, ବିବାଦ କୁ ନେଇ ଭୟାନକ ଗଣ୍ଡଗୋଳ, ୩୦ ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ବେଳେ ୪ ରୁ ୫ ଜଣ ବ୍ୟକ୍ତି ଗୁରୁତ୍ୱର ଆହତ ହୋଈ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି Byte:1ସୂଚନା ମୁତାବକ ବାଲିଡିଆ ଗ୍ରାମ ରେ ୬୦ ରୁ ଉର୍ଦ୍ଧ ପରିବାର ଦେବୀ ନଦୀ ଅପରପାର୍ଶ୍ୱ ରେ ଥିବା ବାଲିବନ୍ତ ରେ ଦୀର୍ଘ ୨୦ ବର୍ଷ ଆଗରୁ କାଜୁ ଜଙ୍ଗଲ ସୃଷ୍ଟି କରି ସେଇଠି କାଜୁ ତୋଳି ଆର୍ଥିକ ଗୁଜୁରାଣ ଚଳାଇଆସୁଥିଲେ, ମାତ୍ର ଆଜି ସକାଳୁ ଉକ୍ତ ପରିବାର ସଦସ୍ୟ ମାନେ ଡ଼ଙ୍ଗା ନେଇ କାଜୁ ଜଙ୍ଗଲ ରେ କାଜୁ ମଞ୍ଜି ତୋଳୁଥିବା ଅବସ୍ଥା ରେ ଅପରପାର୍ଶ୍ୱ ରେ ସୁନେଇଡିଆ ଅଞ୍ଚଳ ର ହାରାହାରି ୫୦୦ ଶହ ଲୋକ ହାତରେ ଠେଙ୍ଗା, ବାଡ଼ି, ଭୁଜାଲି କଟୁରୀ ଅବକାରୀ ବୋତଲ ଧରି ସଙ୍ଘବଧ ଭାବେ ବାଲିଡିଆ ଗ୍ରାମ ଲୋକ ଙ୍କ ସହିତ ଝଗଡା କରିବା ସହିତ ସଙ୍ଘବଧ ଆକ୍ରମଣ କରିଛନ୍ତି, ଏହି ଆକ୍ରମଣ ରେ ବାଲିଡିଆ ଗ୍ରାମ ର ବୟସ୍କ ବ୍ୟକ୍ତି, ଯୁବକ ଓ ମହିଳା ମାନେ ଆହତ ହୋଇଛନ୍ତି, ଖବର ପାଇବା ପରେ ଗ୍ରାମବାସି ମାନେ ଡ଼ଙ୍ଗା ନେଇ ଆହତ ଲୋକ ମାନଙ୍କୁ ଜଙ୍ଗଲ ରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରି ସେମାନଙ୍କ ଚିକିତ୍ସା କରାଇଥିଲେ ଆଉ ଅନ୍ୟ ଆହତ ମାନଙ୍କୁ ଅସ୍ତରଙ୍ଗ ପୋଲିସ ସହାୟତା ରେ ଡ଼ଙ୍ଗା ରେ ଆଣି ଆମ୍ବୁଲାନ୍ସ ମାଧ୍ୟମ ରେ ଚିକିତ୍ସା କରାଯାଇଛି, ଆଉ ଅନେକ ଗୁରୁତ୍ୱର ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ସ୍ଥାନାତରିତ କରାଯାଇଛି, Byte:2ଗୋଟେ ପଟେ ବାଲିଡିଆ ଗ୍ରାମବାସୀ ଏହି କାଜୁ ଜଙ୍ଗଲ ସେମାନଙ୍କର ଦାବୀ କରିଥିବା ବେଳେ ସୁନେଇଡିଆ ଲୋକ ତାଙ୍କ ଜମି ବୋଲି ଦାବୀ କରିଛନ୍ତି, ଏବେ ଏ କାଜୁ ଜଙ୍ଗଲ କାହାର ତାହା ପ୍ରଶାସନ ର ତଦନ୍ତ ପରେ ଜଣାପଡିବ, ଆହତ ମାନଙ୍କ ମୁଣ୍ଡ ଗୋଡ଼ ଅନ୍ୟ ସ୍ଥାନରେ ଆଘାତ ଲାଗିଛି, ଏବେ ଏହି ପରିସ୍ଥିତି ରେ ଅଞ୍ଚଳ ରେ ଏକ ପ୍ରକାର ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣା କୁ ନେଇ ଅଧିକ ତଦନ୍ତ ଆରମ୍ଭ l

Leave a Reply

Your email address will not be published. Required fields are marked *