ବନ୍ଧୁକ ଦେଖାଇ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ

Date:19.04.25: ବନ୍ଧୁକ ଦେଖାଇ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ସମୁଦ୍ର କୂଳ ଥାନା ପୋଲିସ।ଗିରଫ ଅଭିଯୁକ୍ତ ହେଲେ ପୁରୀ ଦୋଳମଣ୍ଡପ ସାହିର ରାଜକିଶୋର ନାୟକ ,ମାର୍କଣ୍ଡେଶ୍ୱର ସାହିର କାହ୍ମା ସାହୁ ,ଦାମୋଦର ରୋଡର ଜଗତଜ୍ୟୋତି ଆକ ଏବଂ ଡେଲାଙ୍ଗର ପାର୍ଥ ପ୍ରସାଦ ପାତ୍ର।ଗିରଫ ଚାରି ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ, ୧୦ଟି ଜୀବନ୍ତଗୁଳି, ୨ଟି ମାଗାଜିନ୍, ୪ଟି ମୋବାଇଲ୍ ଫୋନ୍, ନଗଦ ୭୨ ହଜାର ଟଙ୍କା ସହିତ ଗୋଟିଏ ବୁଲେଟ ଓ ସ୍କର୍ପିଓ ଗାଡ଼ି ଜବତ।ଏମାନେ ଅର୍ବାନ୍ ହାଟ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ସମୁଦ୍ରକୂଳ ଥାନା ପୋଲିସ ପାଟ୍ରୋଲିଂ ବେଳେ ପ୍ରଥମେ ରାଜକିଶୋର ଓ କାହ୍ମାକୁ ଗିରଫ କରିଥିଲେ।ଦୁହେଁ ଜଗତଜ୍ୟୋତି ସହ ଦେଲାଙ୍ଗର ପାର୍ଥ ପ୍ରସାଦ ଠାରୁ ବନ୍ଧୁକ କିଣିଥିଲେ।ତେବେ ପାର୍ଥ କେବେଠୁ ଏହି ବନ୍ଧୁକ କାରବାର କରୁଥିଲା,କେଉଁଠୁ ବନ୍ଧୁକ ଆଣୁଥିଲା, ତା ସହ ଅନ୍ୟ କେଉଁ ମାନେ ସଂପୃକ୍ତ ତାର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ ଚାଲିଥିବା ସମୁଦ୍ରକୂଳ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *